କାଲି ଓଡିଶା ଆସୁଛନ୍ତି ଅରୁଣ ଗୋଭିଲ,୨୩ରେ ଆସିବେ ଯୋଗୀ ଆଦିତ୍ୟନାଥ ଓ ନଡ୍ଡା

ଭୁବନେଶ୍ୱର : ରାଜ୍ୟରେ ଶେଷ ହୋଇଛି ପ୍ରଥମ ୨ ଟି ପର୍ଯ୍ୟାୟ ନିର୍ବାଚନ I ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ଓ ଜୁନ୍‌ ୧ ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ଏଥର ବିଜେପିର ଫୋକସରେ ରହିଛି ଓଡ଼ିଶା ।ନିର୍ବାଚନ ପୂର୍ବରୁ ଓଡିଶାକୁ ଜାରି ରହିଛି କେନ୍ଦୀୟ ନେତାଙ୍କ ମାରାଥନ୍ ଗସ୍ତ । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗସ୍ତ ରହିଛି I ସେହିପରି […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଶେଷ ହୋଇଛି ପ୍ରଥମ ୨ ଟି ପର୍ଯ୍ୟାୟ ନିର୍ବାଚନ I ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ଓ ଜୁନ୍‌ ୧ ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ଏଥର ବିଜେପିର ଫୋକସରେ ରହିଛି ଓଡ଼ିଶା ।ନିର୍ବାଚନ ପୂର୍ବରୁ ଓଡିଶାକୁ ଜାରି ରହିଛି କେନ୍ଦୀୟ ନେତାଙ୍କ ମାରାଥନ୍ ଗସ୍ତ । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗସ୍ତ ରହିଛି I ସେହିପରି ଆସନ୍ତା କାଲି ଓଡିଶା ଆସୁଛନ୍ତି ରାମାୟଣ ସିରିଏଲର ‘ରାମ’ ଅରୁଣ ଗୋଭିଲ । ସେ ଓଡ଼ିଶାରେ ୪ଟି ସ୍ଥାନରେ କରିବେ ପ୍ରଚାର । ଚମ୍ପୁଆ, ତେଲକୋଇ, ଢେଙ୍କାନାଳ, ବାଲିପାଟଣାରେ କରିବେ ପ୍ରଚାର । ୨୩ରେ ପୁଣି ଠାରେ ଓଡିଶା ଆସିବେ ଜେପି ନଡ୍ଡା ଓ ଯୋଗୀ ଆଦିତ୍ୟନାଥ । କରଞ୍ଜିଆ, ଧାମଗନର, ବଡଚଣା, ବାଲିକୁଦାରେ ସଭା କରିବେ ନଡ୍ଡା । ଏହାସହ ଚିଲିକା ଓ ସାଲେପୁରରେ ଜନସଭାରେ ଯୋଗ ଦେବେ ଯୋଗୀ ଆଦିତ୍ୟନାଥ ।

Tags: