ସାକ୍ଷୀ ଦେବେ ଅରୁଣ ବୋଥ୍ରା

ବଲାଙ୍ଗୀର : ବହୁ ଚର୍ଚ୍ଚିତ ପାଟଣାଗଡ଼ ପରଶଲ ବୋମା ବିସ୍ଫୋରଣ ଘଟଣା । ଏହି ଘଟଣାରେ ଆଜି ସାକ୍ଷୀ ଦେଇପାରନ୍ତି ତତ୍କାଳୀନ କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରା I ପାଟଣାଗଡ଼ ଏଡିଜେ କୋର୍ଟରେ ଦ୍ୱିତୀୟ ଥର ପାଇଁ ୬୦ ନମ୍ବର ସାକ୍ଷୀ ଭାବରେ ସାକ୍ଷ୍ୟ ଦେବେ ଅରୁଣ ବୋଥ୍ରା । ଏହି ମାମଲାରେ ପୂର୍ବରୁ ୬୮ଜଣ ସାକ୍ଷୀ ଥିବାବେଳେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜରେ ୫୧ ନମ୍ବର ସାକ୍ଷୀ ଭାବେ ମୃତ ସୌମ୍ୟଶିଖରଙ୍କ ପତ୍ନୀ ରିମାରାଣୀ ସାହୁଙ୍କ […]

Samaya Live Picture
Published On

ବଲାଙ୍ଗୀର : ବହୁ ଚର୍ଚ୍ଚିତ ପାଟଣାଗଡ଼ ପରଶଲ ବୋମା ବିସ୍ଫୋରଣ ଘଟଣା । ଏହି ଘଟଣାରେ ଆଜି ସାକ୍ଷୀ ଦେଇପାରନ୍ତି ତତ୍କାଳୀନ କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରା I ପାଟଣାଗଡ଼ ଏଡିଜେ କୋର୍ଟରେ ଦ୍ୱିତୀୟ ଥର ପାଇଁ ୬୦ ନମ୍ବର ସାକ୍ଷୀ ଭାବରେ ସାକ୍ଷ୍ୟ ଦେବେ ଅରୁଣ ବୋଥ୍ରା । ଏହି ମାମଲାରେ ପୂର୍ବରୁ ୬୮ଜଣ ସାକ୍ଷୀ ଥିବାବେଳେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜରେ ୫୧ ନମ୍ବର ସାକ୍ଷୀ ଭାବେ ମୃତ ସୌମ୍ୟଶିଖରଙ୍କ ପତ୍ନୀ ରିମାରାଣୀ ସାହୁଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଏଥିପାଇଁ ସେ ନିର୍ଦ୍ଧାରିତ ସମୟରେ କୋର୍ଟରେ ଉପସ୍ଥିତ ହୋଇଥିଲେ । ବୃତ୍ତିଗତ ଶତ୍ରୁତା କାରଣରୁ ଅଭିଯୁକ୍ତ ପୁଂଜିଲାଲ ମେହେର ସହକର୍ମୀଙ୍କ ପୁଅ ବିବାହରେ ପାର୍ସଲରେ ବୋମା ପଠାଇଥିଲେ ଏବଂ ବିବାହ ପରେ ଏହି ପରଶଲ ଖୋଲିବାବେଳେ ଏହା ଭୟଙ୍କର ବିସ୍ଫୋରଣ ଘଟି ଘଟଣାସ୍ଥଳରେ ସହକର୍ମୀ ସଂଯୁକ୍ତା ଙ୍କ ପୁଅ ସୌମ୍ୟରଂଜନ ଏବଂ ତାଙ୍କ ଜେଜେମା’ଙ୍କର ମୃତ୍ୟୁ ଘଟିଥିଲା ।

ବର୍ଷକ ତଳେ ଏହି ମାମଲାରେ କୋର୍ଟରେ ହାଜର ହୋଇଥିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବ୍ରୋଥା । ହାଜର ହୋଇ ନିଜର ପକ୍ଷ ରଖିଥିଲେ । ଏବେ ସେ ଦ୍ୱିତୀୟ ଥର ପୁଣିଥରେ ହାଜର ହୋଇଛନ୍ତି ।

ସୂଚନାନୁସାରେ, ୨୦୧୮ ମସିହା ଫେବ୍ରୁଆରୀ ୧୭ ତାରିଖରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଜ୍ୟୋତି ବିକାଶ ଜୁନିଅର କଲେଜ୍‌ରେ ପୁଞ୍ଜିଲାଲ୍‌ ମେହେର ଅଧ୍ୟାପିକା ସଂଯୁକ୍ତା ସାହୁଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘରହୋଇଥିଲା । ବିବାହ ଭୋଜିରେ ପୁଞ୍ଜିଲାଲ୍‌ ପାର୍ସଲ୍‌ ଉପହାର ଭାବେ ବୋମା ପଠାଇଥିଲେ । ୨୩ ତାରିଖ ଦିନ ଏହି ଗିଫ୍ଟ ପାର୍ସଲ୍‌ ଖୋଲିବାବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ସୌମ୍ୟ ଶେଖର ଓ ତାଙ୍କ ଜେଜେ ମା’ଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ନବବିବାହିତା ପତ୍ନୀ ରୀମା ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣା ଜାତୀୟସ୍ତରରେ ଆଲୋଡନ ସୃଷ୍ଟି କରିଥିଲା । ବହୁ ଘଣ୍ଟାଚକଟା ପରେ କ୍ରାଇମ୍‌ବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲେ ତତ୍କାଳୀନ ADG ଅରୁଣ ଷଡ଼ଙ୍ଗୀ ।

Tags: