ରାତି ୯ ଟା ପରେ ବାଣ ଫୁଟା ବନ୍ଦ,କେବଳ ସବୁଜ ବାଣକୁ ଅନୁମତି

ଭୁବନେଶ୍ୱର : ସୁରକ୍ଷିତ ଦୀପାବଳି ପାଇଁ କମିଶନରେଟ ପୋଲିସର ନିର୍ଦେଶନାମା । ରାତି ୯ ଟା ପରେ ବାଣ ଫୁଟାଇଲେ ବନ୍ଧା ହେବେ । ଏହା ସହ ସବୁଜ ବାଣକୁ ମିଳିଛି ଅନୁମତି । କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଦୀପାବଳି ରାତିରେ ସହରରେ ବୁଲିବ ପୋଲିସ ପାଟ୍ରୋଲିଂ ଗାଡି । ଏଥିପାଇଁ ସମସ୍ତ ଥାନାର ପାଟ୍ରୋଲିଂ ଗାଡିକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି.ଜଗମୋହନ ମିନା । ବେଆଇନ୍ ଭାବେ ବାଣ ବିକ୍ରି କଲେ କଡା […]

ରାତି ୯ ଟା ପରେ ବାଣ ଫୁଟା ବନ୍ଦ,କେବଳ ସବୁଜ ବାଣକୁ ଅନୁମତି
Samaya Live Picture
Published On

ଭୁବନେଶ୍ୱର : ସୁରକ୍ଷିତ ଦୀପାବଳି ପାଇଁ କମିଶନରେଟ ପୋଲିସର ନିର୍ଦେଶନାମା । ରାତି ୯ ଟା ପରେ ବାଣ ଫୁଟାଇଲେ ବନ୍ଧା ହେବେ । ଏହା ସହ ସବୁଜ ବାଣକୁ ମିଳିଛି ଅନୁମତି । କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଦୀପାବଳି ରାତିରେ ସହରରେ ବୁଲିବ ପୋଲିସ ପାଟ୍ରୋଲିଂ ଗାଡି । ଏଥିପାଇଁ ସମସ୍ତ ଥାନାର ପାଟ୍ରୋଲିଂ ଗାଡିକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି.ଜଗମୋହନ ମିନା । ବେଆଇନ୍ ଭାବେ ବାଣ ବିକ୍ରି କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି। ସେହିପରି ଉଚ୍ଚ ଶବ୍ଦକାରୀ ବାଣ ଫୁଟାଇଲେ କିମ୍ବା ମଦ୍ୟପାନ କରି ଗାଡି ଚଳାଇଲେ ପୋଲିସ ବାନ୍ଧିନେବା ସହ ଗାଡିକୁ ଜବତ କରିବ ବୋଲି ନିର୍ଦେଶ ରହିଛି ।

ଚଳିତବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାଣ ଫୁଟାଇବାର ସମୟକୁ ନେଇ କିଛି ଦିନ ପୂର୍ବରୁ ଗାଇଡଲାଇନ୍ ଆସିଥିଲା । ତେବେ ବାଣ ଫୁଟାଇବାର ସମୟ ସନ୍ଧ୍ୟା ୭ ଟାରୁ ୯ ଟା ପର୍ଯ୍ୟନ୍ତ ସୀମିତ ରଖିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରିଥିଲା । ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ବର୍ଜନ କରାଯାଇଛି । ଲୋକେ ଯେଉଁ ବାଣ ଫୁଟାଇବେ ତା’ର ଶବ୍ଦ ୧୨୫ ଡେସିବଲରୁ ଅଧିକ ହୋଇପାରିବ ନାହିଁ । ଶାନ୍ତି କ୍ଷେତ୍ର ଯେମିତିକି ବଗିଚା,ପାର୍କ , ହସ୍ପିଟାଲ୍ , ଶିକ୍ଷାନୁଷ୍ଠାନ , କୋର୍ଟ, ମନ୍ଦିର ପାଖରେ ବାଣ ଫୁଟାଇବାକୁ ବର୍ଜିତ କରାଯାଇଛି । ଖୋଲା ଜାଗାରେ ଯଦି କେହି ବାଣ ଫୁଟାଇବାକୁ ଚାହିବେ ତାହା ସବୁଜ ବାଣ ହିଁ ହୋଇଥିବ । ଝୁମ୍ପୁଡ଼ି ଘର , ଦୋକାନ, ଅଗ୍ନି-ପ୍ରବଣ ସ୍ଥାନ, ରାସ୍ତା ଏବଂ ଅଧିକ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ବର୍ଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଶବ୍ଦ-ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ଅନୁମତି ଦେଇନି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ବାଣ ଫୁଟାଇବା ସମୟରେ ସୁରକ୍ଷା ପ୍ରତି ଧ୍ୟାନ ଦେଇ କଟନ୍ କପଡ଼ା ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି ।

Tags: