ବନ୍ଧୁକ ମୁନରେ ସେନା କର୍ମଚାରୀଙ୍କ ଘରୁ ଲୁଟ
ସମ୍ବଲପୁର : ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ଲୁଟ । ଗତରାତିରେ ୬ ଜଣ ଡକାୟତ ଘରେ ପଶି ବନ୍ଧୁକ ମୁନରେ ଲୁଟ କରିଛନ୍ତି । ସମ୍ୱଲପୁର ଜିଲ୍ଲା ବାମରା ବ୍ଲକ୍ର ସାନ ଡୁମେରମୁଣ୍ଡା ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ନାୟକଙ୍କ ବାସଭବନରୁ ଏହି ଲୁଟ୍ ହୋଇଛି । ଗୁରୁବାର ରାତିରେ ସରୋଜ ନାୟକଙ୍କ ଘର ଭିତରକୁ ୬ ଜଣ ମୁଖାପିନ୍ଧା ବନ୍ଧୁକଧାରୀ ଡକାୟତ ପଶିଆସି ପରିବାର ସଦସ୍ୟଙ୍କୁ ବନ୍ଧୁକ ଦେଖାଇ ୬ରୁ ୭ ଲକ୍ଷ […]
ସମ୍ବଲପୁର : ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ଲୁଟ । ଗତରାତିରେ ୬ ଜଣ ଡକାୟତ ଘରେ ପଶି ବନ୍ଧୁକ ମୁନରେ ଲୁଟ କରିଛନ୍ତି । ସମ୍ୱଲପୁର ଜିଲ୍ଲା ବାମରା ବ୍ଲକ୍ର ସାନ ଡୁମେରମୁଣ୍ଡା ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ନାୟକଙ୍କ ବାସଭବନରୁ ଏହି ଲୁଟ୍ ହୋଇଛି ।
ଗୁରୁବାର ରାତିରେ ସରୋଜ ନାୟକଙ୍କ ଘର ଭିତରକୁ ୬ ଜଣ ମୁଖାପିନ୍ଧା ବନ୍ଧୁକଧାରୀ ଡକାୟତ ପଶିଆସି ପରିବାର ସଦସ୍ୟଙ୍କୁ ବନ୍ଧୁକ ଦେଖାଇ ୬ରୁ ୭ ଲକ୍ଷ ଟଙ୍କାର ସୁନା ଗହଣା ସହ ନଗଦ ଲୁଟି ନେଇଥିଲେ । ପରେ ଏନେଇ ଗରପୋସ ଫାଣ୍ଡିରେ ଅଭିଯୋଗ କରିଥିଲେ ସରୋଜ ନାୟକ । ଉକ୍ତ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଚଳାଇଛି ଗରପୋସ ଫାଣ୍ଡି ପୋଲିସ ।




