ବଣାଇରେ ସଶସ୍ତ୍ର ଡକାୟତି,ଲକ୍ଷାଧିକ ଟଙ୍କା ଲୁଟ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ସହରରେ ବଡ଼ ଧରଣର ସଶସ୍ତ୍ର ଡକାୟତି । ଘରେ ପଶି ମା’ଝିଅଙ୍କ ଗୋଡ଼ହାତ ବାନ୍ଧି ସୁନା ଗହଣା ସମେତ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ । ୪ଜଣ ସଶସ୍ତ୍ର ମୁଖାଧାରୀ ଡକାୟତ ଘରେ ପଶି ୪୦ ଭରି ସୁନା ସହ ନଗଦ ୨୫ ଲକ୍ଷ ଟଙ୍କା ନେଇ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି […]

ବଣାଇରେ ସଶସ୍ତ୍ର ଡକାୟତି,ଲକ୍ଷାଧିକ ଟଙ୍କା ଲୁଟ
Samaya Live Picture
Published On

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ସହରରେ ବଡ଼ ଧରଣର ସଶସ୍ତ୍ର ଡକାୟତି । ଘରେ ପଶି ମା’ଝିଅଙ୍କ ଗୋଡ଼ହାତ ବାନ୍ଧି ସୁନା ଗହଣା ସମେତ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ । ୪ଜଣ ସଶସ୍ତ୍ର ମୁଖାଧାରୀ ଡକାୟତ ଘରେ ପଶି ୪୦ ଭରି ସୁନା ସହ ନଗଦ ୨୫ ଲକ୍ଷ ଟଙ୍କା ନେଇ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ,ଗତ ରବିବାର ବିଳମ୍ବିତ ରାତିରେ ବଣାଇଁ ଥାନାରୁ ୫୦୦ ମିଟର ଦୂରରେ ଥିବା ରଶ୍ମି ଇଲେକ୍ଟ୍ରିକାଲ ବ୍ୟବସାୟୀଙ୍କ ଘରେ ମା, ଝିଅ ଓ ଦୋକାନ ରେ କାମ କରୁଥିବା ପିଲା ଘରେ ଶୋଇଥିଲେ । ରାତ୍ରି ପ୍ରାୟ ୧୨ଟାରେ ହଠାତ୍ ୪ ଜଣ ଦୁର୍ବୃତ୍ତ ତଳେ ଶୋଇଥିବା ତାଙ୍କର ଚାକରକୁ ପ୍ରବଳ ମାଡ଼ ମାରିବା ସହ ତାକୁ ବାନ୍ଧି ଦେଇ ଘରର କବାଟ ଖୋଲିବା ପାଇଁ ମା’ଝିଅଙ୍କ ନିକଟକୁ ଫୋନ କରାଇଥିଲେ । ଫୋନ ପାଇଁ ଘର କବାଟ ଖୋଲିବା ମାତ୍ରେ ଡକାୟତମାନେ ମା’ଝିଅଙ୍କୁ ଆକ୍ରମଣ କରି ଘର ଭିତରେ ପଶି ଯାଇ ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଲୁଟ କରି ଫେରାର ହୋଇ ଯାଇଥିଲେ । ଏନେଇ ସକାଳେ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Tags: