ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ହେଲେ ଅରିନ୍ଦମ ସିହ୍ନା

କଟକ:ଜଷ୍ଟିସ ଅରିନ୍ଦମ ସିହ୍ନା ହେଲେ ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି। ଓଡିଶା ହାଇକୋର୍ଟରେ ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ ଅରିନ୍ଦମ ସିହ୍ନା।୧୯ ତାରିଖରେ ଅଵସର ନେଉଛନ୍ତି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ୨୦ ତାରିଖରୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ୱରେ ରହିବେ ଜଷ୍ଟିସ ସିହ୍ନା।ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ନିଯୁକ୍ତ କରିଛନ୍ତି ମହାମହିମ ରାଷ୍ଟ୍ରପତି। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ […]

Samaya Live Picture
Published On

କଟକ:ଜଷ୍ଟିସ ଅରିନ୍ଦମ ସିହ୍ନା ହେଲେ ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି। ଓଡିଶା ହାଇକୋର୍ଟରେ ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ ଅରିନ୍ଦମ ସିହ୍ନା।୧୯ ତାରିଖରେ ଅଵସର ନେଉଛନ୍ତି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ୨୦ ତାରିଖରୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ୱରେ ରହିବେ ଜଷ୍ଟିସ ସିହ୍ନା।ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ନିଯୁକ୍ତ କରିଛନ୍ତି ମହାମହିମ ରାଷ୍ଟ୍ରପତି। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।ଜଷ୍ଟିସ ସିହ୍ନା ପଶ୍ଚିମବଙ୍ଗରେ ୧୯୬୫ ସେପ୍ଟେମ୍ବର ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଆଇନ ଶିକ୍ଷା ଶେଷ କରିବା ପରେ ୧୯୯୧ ମାର୍ଚ୍ଚ ୧୧ ତାରିଖରେ ଆଇନଜୀବୀ ଭାବେ ନାମ ପଞ୍ଜିକରଣ କରିଥିଲେ। ଦୀର୍ଘ ୨୨ ବର୍ଷ ଧରି କଲିକତା ହାଇକୋର୍ଟରେ ଦେୱାନୀ, ବାଣିଜ୍ୟିକ, ସାମ୍ବିଧାନିକ ମାମଲାର ଜଣେ ଦକ୍ଷ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ। ତେବେ ସେ ଦେୱାନୀ ମାମଲା ପରିଚାଳନାରେ ବେଶ ସୁନାମ ଆଣିଥିଲେ। ୨୦୧୩ ଅକ୍ଟୋବର ୩୦ ରେ କଲିକତା ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୧୬ ମାର୍ଚ୍ଚ ୧୪ ରେ କଲିକତା ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ। ଏହାପରେ ୨୦୨୧ ରେ ତାଙ୍କୁ ଓଡିଶା ହାଇକୋର୍ଟକୁ ବଦଳି କରାଯାଇଥିଲା। ୨୦୨୧ ଅକ୍ଟୋବର ୮ ରେ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରି କାର୍ଯ୍ୟ କରି ଆସୁଛନ୍ତି। ଇତି ମଧ୍ୟରେ ଓଡିଶାରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି ଜଷ୍ଟିସ ଅରିନ୍ଦମ ସିହ୍ନା।

Tags: