ଜେଲ୍‌ରେ ଆଇନ ପରୀକ୍ଷା ଦେବେ ଅର୍ଚ୍ଚନା !

ଭୁବନେଶ୍ୱର : ଆଇନ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ I ସପ୍ତମ ସେମିଷ୍ଟାର ପାଇଁ କ୍ୟାପିଟାଲ ଲ’ କଲେଜ୍‌ରେ ଅର୍ଚ୍ଚନାଙ୍କ ପକ୍ଷରୁ ତାଙ୍କ ଓକିଲ ଫର୍ମପୂରଣ କରିଛନ୍ତି I ଏଥିପାଇଁ ଭୁବନେଶ୍ୱର ଜେଏମଏଫସି କୋର୍ଟ ତାଙ୍କୁ ଅନୁମତି ଦେଇଥିବା ସୂଚନା ରହିଛି । ଖୁବ୍ ଶୀଘ୍ର ସେ ତାଙ୍କର ଇଣ୍ଟିଗ୍ରେଟେଡ୍ ଲ’ ପ୍ରୋଗ୍ରାମ ସେମିଷ୍ଟାର ପରୀକ୍ଷା ଦେବେ । ଏହା ପରେ ପରୀକ୍ଷା ଦେବା ପାଇଁ ମଧ୍ୟ ଆଇନ ଗତ କାଗଜପତ୍ର ପ୍ରସ୍ତୁତି ଆରମ୍ଭ ହେବ ବୋଲି […]

Samaya Live Picture
Published On

ଭୁବନେଶ୍ୱର : ଆଇନ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ I ସପ୍ତମ ସେମିଷ୍ଟାର ପାଇଁ କ୍ୟାପିଟାଲ ଲ’ କଲେଜ୍‌ରେ ଅର୍ଚ୍ଚନାଙ୍କ ପକ୍ଷରୁ ତାଙ୍କ ଓକିଲ ଫର୍ମପୂରଣ କରିଛନ୍ତି I ଏଥିପାଇଁ ଭୁବନେଶ୍ୱର ଜେଏମଏଫସି କୋର୍ଟ ତାଙ୍କୁ ଅନୁମତି ଦେଇଥିବା ସୂଚନା ରହିଛି । ଖୁବ୍ ଶୀଘ୍ର ସେ ତାଙ୍କର ଇଣ୍ଟିଗ୍ରେଟେଡ୍ ଲ’ ପ୍ରୋଗ୍ରାମ ସେମିଷ୍ଟାର ପରୀକ୍ଷା ଦେବେ । ଏହା ପରେ ପରୀକ୍ଷା ଦେବା ପାଇଁ ମଧ୍ୟ ଆଇନ ଗତ କାଗଜପତ୍ର ପ୍ରସ୍ତୁତି ଆରମ୍ଭ ହେବ ବୋଲି ଜଣା ପଡ଼ିଛି । ଅର୍ଚ୍ଚନା ନାଗ ହେଉଛନ୍ତି କ୍ୟାପିଟାଲ ଲ’ କଲେଜର ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ ଲ’ ଛାତ୍ରୀ । ତାଙ୍କର ଏବେ ୪ ର୍ଥ ବର୍ଷ ଚାଲିଛି ।

ଆଗାମୀ ୭ମ ସେମିଷ୍ଟର ପରୀକ୍ଷା ଦେବାରେ ଥିଲା । କିନ୍ତୁ ସେ ଜେଲରେ ଥିବା କାରଣରୁ ପରୀକ୍ଷା ଦେବାରେ ସମସ୍ୟା ହେଉଥିଲା । ତେଣୁ ପରୀକ୍ଷା ଦେବା ପାଇଁ ଫର୍ମ ଫିଲ ଅପ୍ କରିବାକୁ କୋର୍ଟଙ୍କ ଅନୁମତି ଲୋଡା ଯାଇଥିଲା । ଭୁବନେଶ୍ୱର ଜେଏମ୍‌ଏଫ୍‌ସି-୫ କୋର୍ଟ ଏହି ଅନୁମତି ପ୍ରଦାନ କରିଛନ୍ତି । ଇତିମଧ୍ୟରେ ପରୀକ୍ଷା ଦେବା ପାଇଁ ମଧ୍ୟ ଅର୍ଚ୍ଚନା କୋର୍ଟଙ୍କ ଅନୁମତି ମାଗିଛନ୍ତି । କୋର୍ଟ ଅନୁମତି ଦେବା ପରେ ଜେଲ୍ ଗାଇଡ ଲାଇନ୍ ଅନୁଯାୟୀ ସେ ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି । ଅର୍ଚ୍ଚନା ନାଗ ମାମଲାରେ ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ । ୨୨୪୧ ପୃଷ୍ଠା ବିଶିଷ୍ଟ ଏହି ଚାର୍ଜସିଟରେ ଅଭିଯୁକ୍ତ ଭାବେ ୪ ଜଣଙ୍କର ନାମ ରହିଛି । ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ, ତାଙ୍କ ପତି ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରା ।

ସେହିପରି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମଞ୍ଚେଶ୍ୱର ଥାନା ଅଧୀନ ସତ୍ୟବିହାରରେ ଥିବା ବିଳାସମୟ ଘରକୁ ମଧ୍ୟ ଇଡି ଆଟାଚ୍ କରିଛି । ଏହି ଘରର ମୂଲ୍ୟ ୩.୪ କୋଟି ଟଙ୍କା ଆକଳନ କରାଯାଇଛି । ମୋଟ ୧୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଏହି ଚାର୍ଜସିଟ୍ ପ୍ରସ୍ତୁତ ହୋଇଛି ।

Tags: