ଅର୍ଚ୍ଚନା ନାଗଙ୍କ ସାଙ୍ଘାତିକ ଅଭିଯୋଗ,ଗିରଫଦାରୀ ପଛରେ ବିଜେଡି ନେତାଙ୍କ ସମ୍ପୃକ୍ତି
ଭୁବନେଶ୍ୱର : କିଛି ଦିନର ବିରତି ପରେ ପୁଣି ଥରେ ବିଷ ଉଦ୍ଗାରିଲେ ଅର୍ଚ୍ଚନା ନାଗ । ତାଙ୍କ ଗିରଫଦାରୀ ପଛରେ ବହୁ ବିଜେଡି ନେତାଙ୍କ ହାତ ରହିଛି । ଆଜି ନାଁ ନେଇ ସିଧା ଟାର୍ଗେଟ କରିଛନ୍ତି ଅର୍ଚ୍ଚନା । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରିବା ପରେ ଆଜି ଏକ ପ୍ରେସମିଟରେ ବହୁ ସାଙ୍ଘାତିକ ତଥ୍ୟ ଉଗାଳିଛନ୍ତି ଅର୍ଚ୍ଚନା । ତାଙ୍କୁ ଗିରଫ କରିବା ୨ ଦିନ ପୂର୍ବରୁ ଗୃହବନ୍ଦୀ କରି […]
ଭୁବନେଶ୍ୱର : କିଛି ଦିନର ବିରତି ପରେ ପୁଣି ଥରେ ବିଷ ଉଦ୍ଗାରିଲେ ଅର୍ଚ୍ଚନା ନାଗ । ତାଙ୍କ ଗିରଫଦାରୀ ପଛରେ ବହୁ ବିଜେଡି ନେତାଙ୍କ ହାତ ରହିଛି । ଆଜି ନାଁ ନେଇ ସିଧା ଟାର୍ଗେଟ କରିଛନ୍ତି ଅର୍ଚ୍ଚନା । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରିବା ପରେ ଆଜି ଏକ ପ୍ରେସମିଟରେ ବହୁ ସାଙ୍ଘାତିକ ତଥ୍ୟ ଉଗାଳିଛନ୍ତି ଅର୍ଚ୍ଚନା । ତାଙ୍କୁ ଗିରଫ କରିବା ୨ ଦିନ ପୂର୍ବରୁ ଗୃହବନ୍ଦୀ କରି ରଖାଯାଇଥିଲା । ୨୦୨୨ ଅକ୍ଟୋବର ୬ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା, କିନ୍ତୁ ଅକ୍ଟୋବର ୪ ତାରିଖରୁ ତାଙ୍କୁ ବାଲିଅନ୍ତା ଥାନାରେ ଅଟକ ରଖାଯାଇଥିଲା ।
ସେହିଭଳି ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ୨ ଦିନ ଅର୍ଥାତ ୪୮ ଘଣ୍ଟା ଧରି ବେଆଇନ ଭାବରେ ଅଟକ ରଖାଯାଇଥିଲା । ସେ ପୁଣି କହିଛନ୍ତି ଯଦି ଖଣ୍ଡଗିରି ଥାନାରେ ମୋ ନାଁରେ ଅଭିଯୋଗ ଥିଲା ତେବେ ମୋତେ କାହିଁକି ବାଲିଅନ୍ତା ଥାନାରେ ରଖାଗଲା ।
ଅର୍ଚ୍ଚନା କହିଛନ୍ତି କିଛି ବିଜେଡି ନେତା ତାଙ୍କୁ ପଛରୁ ଛୁରୀ ମାରିଛନ୍ତି । ତାଙ୍କ ଗିରଫଦାରୀ ଏକ ଷଡଯନ୍ତ୍ର । ଆଉ ଏହି ଷଡ଼ଯନ୍ତ୍ରରେ ବିଜେଡି ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ (ବବି ଦାସ), କର୍ପୋରେଟର୍ ଅମରେଶ ଜେନା ଓ ମାନସ ମଙ୍ଗରାଜଙ୍କ ନାମ ସାମିଲ ରହିଛି । ସେହିପରି ତତ୍କାଳୀନ ଡିସିପି ପ୍ରତୀକ ସିଂ, ଏଡିସିପି ପ୍ରକାଶ ପାଲ, ଏସିପି ହିମାଂଶୁ ସ୍ୱାଇଁ ଏବଂ ବାଲିଅନ୍ତା ଥାନା ଆଇଆଇସି ଅନୁପ କାନୁନଗୋ ମଧ୍ୟ ଷଡଯନ୍ତ୍ରରେ ସାମିଲ ଥିବା କହିଛନ୍ତି । ତାଙ୍କ ବିରୋଧରେ ଅଭିଯୋଗ ସମ୍ପୂର୍ଣ୍ଣ ପ୍ରାୟୋଜିତ ଥିଲା ବୋଲି ଅର୍ଚ୍ଚନା କହିଛନ୍ତି । ଟଙ୍କା ଦେଇ ଅଭିଯୋଗକାରିଣୀଙ୍କୁ କିଣା ଯାଇଥିଲା । କିନ୍ତୁ ନିର୍ବାଚନ ପରେ ଉକ୍ତ ଅଭିଯୋଗକାରିଣୀଙ୍କୁ ଆଉ ଟଙ୍କା ଦିଯାଉନାହିଁ ବୋଲି ଅଭିଯୋଗକାରିଣୀ ମହିଳାଙ୍କ ରେକର୍ଡ଼ିଂ ତାଙ୍କ ନିକଟରେ ରହିଛି ।
ଅର୍ଚ୍ଚନା କହିଛନ୍ତି ଯେ ଜେଲ୍ ପରେଡ ବାହାନାରେ ପୁଲିସ ମୋ ପାଖକୁ ଜେଲକୁ ଯାଉଥିଲେ । ଏପରିକି ତାଙ୍କୁ ଜେଲ ଭିତରେ ଚା’ରେ ନିଶା ଦେଇ ହତ୍ୟା କରିବାକୁ ଉଦ୍ୟମ କରାଯାଉଥିବା କଥା ମଧ୍ୟ କହିଛନ୍ତି । ମାତ୍ର କିଛି ଅଣ୍ଡର ଟ୍ରାଏଲ ପ୍ରିଜନରଙ୍କ ସହଯୋଗରୁ ବଞ୍ଚି ଯାଇଥିଲେ । ମୁଁ ଯେଉଁ ଅଭିଯୋଗ କରୁଛି ପ୍ରମାଣ ଆଧାରରେ କହୁଛି ବୋଲି ଅର୍ଚ୍ଚନା କହିଛନ୍ତି । ସେହିଭଳି ତାଙ୍କୁ ଜେଲରେ ନିର୍ଯାତନା ଦିଆଯାଉଥିଲା, ତାଙ୍କୁ ରାଜ୍ୟ ଛାଡି ଚାଲିଯିବାକୁ ଚାପ ପକାଯାଉଥିଲା, ଏପରିକି ପାଗଳି କରିବାକୁ କୁହାଯାଉଥିଲା ।
ତେବେ ଏନେଇ ବିଜେଡି ନେତା କିମ୍ବା ପୁଲିସ ଅଧିକାରୀଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିନାହିଁ ।




