ଜାଲ ସାର୍ଟିଫିକେଟ ଦେଇ ଶିକ୍ଷୟିତ୍ରୀ ନିଲମ୍ବିତ

ଭଦ୍ରକ : ଜାଲ ସାର୍ଟିଫିକେଟ ଦେଇ ଫସିଲେ ଶିକ୍ଷୟିତ୍ରୀ । ଚାକିରୀର ୧୮ ବର୍ଷ ପରେ ନିଲମ୍ବିତ ହୋଇଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ନାୟକାଣିଡିହି ପଞ୍ଚାୟତର କରଞ୍ଜଆଡିଆ ସରକାରୀ ନୋଡାଲ ହାଇସ୍କୁଲର ଶିକ୍ଷୟତ୍ରୀ ରେବତୀ ଜେନା । ଶିକ୍ଷୟତ୍ରୀ ରେବତୀ ଜେନା ୨୦୦୫ ମସିହାରେ ଜାଲ ସାର୍ଟିଫିକେଟ ଦେଇ ବନ୍ତ ରେ ଶିକ୍ଷା ସହାୟିକା (SS) ଭାବରେ ଚାକିରୀ ଆରମ୍ଭ କରି ୨୦୧୧ ରେ ସ୍ଥାୟୀ ହୋଇଥିଲେ I ଏହାପରେ ୨୦୧୭ ରୁ କରଞ୍ଜିଆଡିଆର ନୋଡାଲ […]

Samaya Live Picture
Published On

ଭଦ୍ରକ : ଜାଲ ସାର୍ଟିଫିକେଟ ଦେଇ ଫସିଲେ ଶିକ୍ଷୟିତ୍ରୀ । ଚାକିରୀର ୧୮ ବର୍ଷ ପରେ ନିଲମ୍ବିତ ହୋଇଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ନାୟକାଣିଡିହି ପଞ୍ଚାୟତର କରଞ୍ଜଆଡିଆ ସରକାରୀ ନୋଡାଲ ହାଇସ୍କୁଲର ଶିକ୍ଷୟତ୍ରୀ ରେବତୀ ଜେନା । ଶିକ୍ଷୟତ୍ରୀ ରେବତୀ ଜେନା ୨୦୦୫ ମସିହାରେ ଜାଲ ସାର୍ଟିଫିକେଟ ଦେଇ ବନ୍ତ ରେ ଶିକ୍ଷା ସହାୟିକା (SS) ଭାବରେ ଚାକିରୀ ଆରମ୍ଭ କରି ୨୦୧୧ ରେ ସ୍ଥାୟୀ ହୋଇଥିଲେ I ଏହାପରେ ୨୦୧୭ ରୁ କରଞ୍ଜିଆଡିଆର ନୋଡାଲ ହାଇସ୍କୁଲରେ ଶିକ୍ଷକତା କରି ଆସୁଥିଲେ ।

ବାସୁଦେବପୁର ବ୍ଲକ ଶିକ୍ଷା ଅଧିକାରୀ (BEO) ଜଗବନ୍ଧୁ ସାହୁ କହିଛନ୍ତି ଯେ ୨୦୦୫ ରେ ଜେନା ଜଣେ ଶିକ୍ଷକ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ୨୦୧୧ ରେ ତାଙ୍କର ଚାକିରୀ ନିୟମିତ ହୋଇଥିଲା। ପ୍ରମାଣପତ୍ର ନକଲି ବୋଲି ଜଣାପଡିବା ପରେ ତାଙ୍କୁ ନିଲମ୍ବିତ କରାଯାଇଥିଲା। ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯାଇଛି। ଶିକ୍ଷକଙ୍କ ବିରୋଧରେ ବିଭାଗୀୟ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

କିଛିଦିନ ପୂର୍ବରୁ ଏହି ବ୍ଲକ ଅଧିନ ବୀଣାପଦା ହାଇସ୍କୁଲର ଶିକ୍ଷକ ସୁଦର୍ଶନ ଦାସ ଜାଲ ସାର୍ଟିଫିକେଟ ଧରା ପଡିବା ପରେ ଚାକିରିରୁ ନିଲମ୍ବିତ ହୋଇଥିଲେ । ବାସୁଦେବପୁର ବ୍ଲକର ଶହ ଶହ ଶିକ୍ଷକ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଛନ୍ତି । ବିଧିବଦ୍ଧ ଭାବେ ତଦନ୍ତ ହେଲେ ଏହି ନକଲି ଶିକ୍ଷକଙ୍କ କାରନାମା ପଦାକୁ ଆସି ପାରନ୍ତା ବୋଲି କୁହାଯାଉଛି ।

Tags: