ଆଜିଠାରୁ ବିଇଡି, ବିଏଚ୍ଇଡି ଓ ଏମ୍ଇଡି ପାଇଁ ଆବେଦନ
ଭୁବନେଶ୍ୱର : ବିଏଚ୍ଇଡି ଓ ଏମ୍ଇଡିରେ ନାମଲେଖା ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠୁ ନାମଲେଖା ପାଇଁ ହେବ ଆବେଦନ ପ୍ରକ୍ରିୟା I ଜୁନ ୧୦ ତାରିଖ ଯାଏଁ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ତେବେ କମନ୍ ଆପ୍ଲିକେସନ୍ ଫର୍ମରେ ତ୍ରୁଟି ଥିଲେ, ଜୁନ୍ ୧୧ ତାରିଖ ଦିନ ସଂଶୋଧନ କରିପାରିବେ। ଜୁଲାଇ ୧୫ ତାରିଖରେ ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍ଏସ୍ବି) ୱେବ୍ସାଇଟ୍ରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ। ବିଇଡି ଓ ବିଏଚ୍ଇଡି ପାଇଁ ପ୍ରବେଶିକା […]
ଭୁବନେଶ୍ୱର : ବିଏଚ୍ଇଡି ଓ ଏମ୍ଇଡିରେ ନାମଲେଖା ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠୁ ନାମଲେଖା ପାଇଁ ହେବ ଆବେଦନ ପ୍ରକ୍ରିୟା I ଜୁନ ୧୦ ତାରିଖ ଯାଏଁ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ତେବେ କମନ୍ ଆପ୍ଲିକେସନ୍ ଫର୍ମରେ ତ୍ରୁଟି ଥିଲେ, ଜୁନ୍ ୧୧ ତାରିଖ ଦିନ ସଂଶୋଧନ କରିପାରିବେ। ଜୁଲାଇ ୧୫ ତାରିଖରେ ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍ଏସ୍ବି) ୱେବ୍ସାଇଟ୍ରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ।
ବିଇଡି ଓ ବିଏଚ୍ଇଡି ପାଇଁ ପ୍ରବେଶିକା ପରୀକ୍ଷା ଜୁଲାଇ ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏମ୍ଇଡି ପାଇଁ ଜୁଲାଇ ୨୫ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଜୁଲାଇ ୨୪ରେ ବିଏଡ୍ ଓ ୨୫ରେ ଏମଏଡ୍ ପାଇଁ ହେବ ପ୍ରବେଶିକା ପରୀକ୍ଷା। ଆବେଦନ ପାଇଁ ଆଜି ଅପରାହ୍ନ ୨ଟାରେ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆଗ୍ରହୀ ବିଜ୍ଞପ୍ତି ଅନୁଯାୟୀ, ଛାତ୍ରଛାତ୍ରୀମାନେ ସାମ୍ସ୍ ପୋର୍ଟାଲ୍ ମାଧ୍ୟମରେ www.samsodisha.gov.inରେ ଆବେଦନ କରିବେ।
ଆବେଦନ ପରେ ଜୁନ ୧୮ ତାରିଖ ସୁଦ୍ଧା ପରୀକ୍ଷା ପରିଚାଳନା ପାଇଁ ଏସଏସବିକୁ ସମସ୍ତ ସିଏଫ ଫର୍ମ ପ୍ରଦାନ କରାଯିବ। ତେବେ ଜୁଲାଇ ୧୫ରେ ଏସଏସବି ୱେବସାଇଟରେ ହଲ ଟିକେଟ ଉପଲବ୍ଧ ହେବ। ଜୁଲାଇ ୧୫ରୁ ୨୨ ତାରିଖ ମଧ୍ୟରେ ଆବେଦନକାରୀମାନେ ସ୍ନାତକ ମାର୍କକୁ ଅପଡେଟ କରିବା ସହ ଶିକ୍ଷାନୁଷ୍ଠାନ ପାଇଁ ଚଏସ୍ ଲକିଂ କରିପାରିବେ। ଏସଏସବି ପକ୍ଷରୁ ଜୁଲାଇ ୩୧ ତାରିଖ ସୁଦ୍ଧା ଓକାକକକୁ ପ୍ରବେଶିକା ପରୀକ୍ଷା ମାର୍କ ପ୍ରଦାନ କରାଯିବ। ତେବେ ଯେଉଁ ଛାତ୍ରଛାତ୍ରୀମାନଙ୍କର ଚଳିିତ ବର୍ଷ ସାର୍ଟିଫିକେଟ ଆସିନାହିଁ ସେମାେନେ ବି ଆବେଦନ କରିପାରିବେ । କିନ୍ତୁ ସେମାନଙ୍କୁ ମାର୍କସିଟ୍ ଅପଲୋଡ କରିବାକୁ ପଡ଼ିବ।




