ଆଜି ଠାରୁ +୨ ପରୀକ୍ଷା ଖାତା ରିଚେକିଂ ପାଇଁ ଆବେଦନ

ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହୋଇଛି +୨ ପରୀକ୍ଷା ଖାତା ପୁନଃମୂଲ୍ୟାୟନ (ରିଚେକିଂ) I ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌‌ଏସ୍‌‌ଇ) ପରିଚାଳିତ +୨ ପରୀକ୍ଷା କଥା ରିଚେକିଂ ପାଇଁ ଆଜି ଠାରୁ ଆବେଦନ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆସନ୍ତା ୧୫ ତାରିଖ ଯାଏଁ ଚାଲିବ I ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବା କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବର୍ଗର ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ। ଅନ୍‌‌ଲାଇନ୍‌‌ରେ ମୂଲ୍ୟାୟନ ହୋଇଥିବା ବିଷୟଗୁଡିକର ସଫ୍ଟ କପି […]

Samaya Live Picture
Published On

ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହୋଇଛି +୨ ପରୀକ୍ଷା ଖାତା ପୁନଃମୂଲ୍ୟାୟନ (ରିଚେକିଂ) I ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌‌ଏସ୍‌‌ଇ) ପରିଚାଳିତ +୨ ପରୀକ୍ଷା କଥା ରିଚେକିଂ ପାଇଁ ଆଜି ଠାରୁ ଆବେଦନ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆସନ୍ତା ୧୫ ତାରିଖ ଯାଏଁ ଚାଲିବ I ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବା କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବର୍ଗର ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ।

ଅନ୍‌‌ଲାଇନ୍‌‌ରେ ମୂଲ୍ୟାୟନ ହୋଇଥିବା ବିଷୟଗୁଡିକର ସଫ୍ଟ କପି ଆବେଦନକାରୀଙ୍କୁ ମେସେଜ ଓ ମେଲ୍‌‌ରେ ଲିଙ୍କ୍‌‌ ମାଧ୍ୟମରେ ଜୁନ୍‌‌ ୧୦ରୁ ୨୦ ତାରିଖ ମଧ୍ୟରେ ପ୍ରଦାନ କରାଯିବ। ଆବେଦନକାରୀ ଏହି ସମୟ ମଧ୍ୟରେ ଲିଙ୍କ୍‌‌ ନପାଇଲେ ବା ଅନ୍ୟ ବୈଷୟିକ ତ୍ରୁଟି ପାଇଁ ୨୨ ତାରିଖ ମଧ୍ୟରେ coechserecheck@gmail.com ରେ ମେଲ୍‌‌ କରି ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟିକୁ ଆଣିବାକୁ କୁହାଯାଇଛି। ଅଫ୍‌‌ଲାଇନ୍‌‌ରେ ମୂଲ୍ୟାୟନ ହୋଇଥିବା ବିଷୟଗୁଡିକର ରେଜଲ୍ଟ ପ୍ରକାଶ ପରେ ଆବେଦନକାରୀଙ୍କୁ ଫଟୋକପି ପ୍ରଦାନ କରାଯିବ। ରିଚେକିଂ ପାଇଁ ଗୋଟିଏ ବିଷୟ ପ୍ରତି ୨ଶହ ଟଙ୍କା ଫି’ ଧାର୍ଯ୍ୟ କରାଯାଇଥିବା ପରିଷଦ ପକ୍ଷରୁ ଦର୍ଶାଯାଇଛି।

Tags: