ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ଘୁଞ୍ଚିଲା ଆବେଦନ ତାରିଖ
ଭୁବନେଶ୍ୱର : ପ୍ରାଥମିକ ଏବଂ ହାଇସ୍କୁଲ ବିଦ୍ୟାଳୟ ସ୍ତରରେ ହେଉଥିବା ପଠାଣି ସାମନ୍ତ ମେଧା ବୃତ୍ତି ପରୀକ୍ଷା ପାଇଁ ଘୁଂଚିଲା ଆବେଦନ ତାରିଖ । ଚଳିତ ମାସ ୧୭ ତାରିଖ ପର୍ଯ୍ୟନ୍ତ ଆବେଦନର ତାରିଖ ଧାର୍ଯ୍ୟ କରାଯାଇଥିବାବେଳେ ଏହାକୁ ଚଳିତ ମାସ ୨୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏ ନେଇ ବୋର୍ଡ ପକ୍ଷରୁ ପ୍ରେସ ମାଧ୍ୟମରେ ସୂଚନା ଦିଆଯାଇଛି । ପରୀକ୍ଷାରେ ଷଷ୍ଠ ଏବଂ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ହିଁ ଭାଗ ନେଇପାରିବେ […]
ଭୁବନେଶ୍ୱର : ପ୍ରାଥମିକ ଏବଂ ହାଇସ୍କୁଲ ବିଦ୍ୟାଳୟ ସ୍ତରରେ ହେଉଥିବା ପଠାଣି ସାମନ୍ତ ମେଧା ବୃତ୍ତି ପରୀକ୍ଷା ପାଇଁ ଘୁଂଚିଲା ଆବେଦନ ତାରିଖ । ଚଳିତ ମାସ ୧୭ ତାରିଖ ପର୍ଯ୍ୟନ୍ତ ଆବେଦନର ତାରିଖ ଧାର୍ଯ୍ୟ କରାଯାଇଥିବାବେଳେ ଏହାକୁ ଚଳିତ ମାସ ୨୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏ ନେଇ ବୋର୍ଡ ପକ୍ଷରୁ ପ୍ରେସ ମାଧ୍ୟମରେ ସୂଚନା ଦିଆଯାଇଛି ।
ପରୀକ୍ଷାରେ ଷଷ୍ଠ ଏବଂ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ହିଁ ଭାଗ ନେଇପାରିବେ । ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆବେଦନ ବ୍ଲକ ଶିକ୍ଷାଧିକାରୀଙ୍କ ଜରିଆରେ କରାଯିବ । ସେହିପରି ନବମ ଶ୍ରେଣୀର ଆବେଦନ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଦ୍ବାରା କରାଯିବ । ପରୀକ୍ଷା ସମୟରେ ଖୁବଶୀଘ୍ର ନୀତି ନିର୍ଘଣ୍ଟ କରାଯିବ ବୋଲି କୁହାଯାଇଛି ।




