କ୍ଷମା ମାଗିଲେ ମନୋଜ ମିଶ୍ର
ଭୁବନେଶ୍ୱର : ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଲେଖା ଉପରେ ଆପତ୍ତି ଜନକ ମନ୍ତବ୍ୟ ଦେଇ କ୍ଷମା ମାଗିଲେ ବିବାଦୀୟ ଅଭିନେତା ମନୋଜ ମିଶ୍ର I ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଲେଖା ‘ରାଣ୍ଡି ପୁଅ ଅନନ୍ତା’କୁ ନେଇ ମନୋଜ ମିଶ୍ର ଦେଇଥିଲେ ବିଭ୍ରାନ୍ତିକର ମନ୍ତବ୍ୟ । ବିଭିନ୍ନ ଆଡୁ ଚାପର ଶିକାର ହେବା ପରେ ଶେଷରେ କ୍ଷମାପ୍ରାର୍ଥନା କରିଛନ୍ତି ମନୋଜ ମିଶ୍ର । ରବିବାର ରାତିରେ ଏନେଇ ନିଜ ସୋସିଆଲ […]
ଭୁବନେଶ୍ୱର : ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଲେଖା ଉପରେ ଆପତ୍ତି ଜନକ ମନ୍ତବ୍ୟ ଦେଇ କ୍ଷମା ମାଗିଲେ ବିବାଦୀୟ ଅଭିନେତା ମନୋଜ ମିଶ୍ର I ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଲେଖା ‘ରାଣ୍ଡି ପୁଅ ଅନନ୍ତା’କୁ ନେଇ ମନୋଜ ମିଶ୍ର ଦେଇଥିଲେ ବିଭ୍ରାନ୍ତିକର ମନ୍ତବ୍ୟ । ବିଭିନ୍ନ ଆଡୁ ଚାପର ଶିକାର ହେବା ପରେ ଶେଷରେ କ୍ଷମାପ୍ରାର୍ଥନା କରିଛନ୍ତି ମନୋଜ ମିଶ୍ର । ରବିବାର ରାତିରେ ଏନେଇ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଭିଡ଼ିଓ ପୋଷ୍ଟ କରି ସେ କ୍ଷମା ମାଗିଛନ୍ତି ।
ବ୍ୟାସ କବିଙ୍କ ଲେଖାକୁ ନେଇ ମୋର କୌଣସି ଜ୍ଞାନ ନାହିଁ । ଯଦି ଅଜାଣତରେ ମୁଁ କାହା ମନରେ ଦୁଃଖ ଦେଇଥାଏ ତେବେ ସେଥିପାଇଁ ମୁଁ ଦୁଃଖିତ ବୋଲି ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।
ମନୋଜ ମିଶ୍ର ଦେଇଥିବା ବିବାଦୀୟ ବୟାନକୁ ନେଇ ବାଲେଶ୍ବରରେ ତୀବ୍ର ବିରୋଧ କରାଯାଇଥିଲା । ଏପରି କି ରବିବାର ସକାଳେ ବାଲେଶ୍ବର ଟାଉନ ଥାନାରେ ମନୋଜ ମିଶ୍ରଙ୍କ ନାଁରେ ଏତଲା ଦିଆଯାଇଥିଲା। ସପ୍ତାହେ ଭିତରେ ଅଭିନେତା ମନୋଜ ମିଶ୍ର ସର୍ବ ସମ୍ମୁଖରେ କ୍ଷମା ମାଗନ୍ତୁ, ନ ହେଲେ ଆମେ କୋର୍ଟକୁ ଯିବୁ ବୋଲି ରବିବାର ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଚେତାବନୀ ଦେଇଥିଲେ।
ସୂଚନାନୁସାରେ,ଫକୀରମୋହନ ସେନାପତିଙ୍କ ଗଳ୍ପ ‘ରାଣ୍ଡିପୁଅ ଅନନ୍ତା’ ଉପରେ ଚଳଚ୍ଚିତ୍ର ନିର୍ମାଣ ହେଉଛି। ସେହି ଫିଲ୍ମର ନାଁ ‘ରାଣ୍ଡିପୁଅ ଅନନ୍ତା’, ବିଶେଷକରି ‘ରାଣ୍ଡି’ ଶବ୍ଦକୁ ନେଇ ମନୋଜ ମିଶ୍ର ଆପତ୍ତି ଜନକ ମନ୍ତବ୍ୟ ଦେଇଥିଲେ ।




