କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି
ଭୁବନେଶ୍ୱର : ଘରୋଇ ହିଂସା ମାମଲାରେ ଥାନାରେ ହଜାର ହେଲେ ଅନୁଭବ ମହାନ୍ତି I ଏହି ଘଟଣାରେ ପୂର୍ବରୁ ପୁରୀଘାଟ ଥାନାରେ ମାମଲା ରୁଜୁ କରିଥିଲେ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ I ଅନୁଭବଙ୍କ ସହିତ ତାଙ୍କର ୨ ସହଯୋଗୀ ସୁଜିତ ଦଳେଇ ଏବଂ ଖଗେନ୍ଦ୍ର ସାହୁଙ୍କ ବିରୋଧରେ ଚାର୍ଜ ଫ୍ରେମ ଜାରି ହୋଇଥିଲା I ତେବେ ଏହା ପୂର୍ବରୁ ଅନୁଭବ ମହାନ୍ତିଙ୍କୁ ନୋଟିସ ହୋଇଥିଲେ ମଧ୍ୟ ସେ କୋର୍ଟରେ ହାଜର ହୋଇନଥିଲେ । ଫଳରେ ତାଙ୍କ […]
ଭୁବନେଶ୍ୱର : ଘରୋଇ ହିଂସା ମାମଲାରେ ଥାନାରେ ହଜାର ହେଲେ ଅନୁଭବ ମହାନ୍ତି I ଏହି ଘଟଣାରେ ପୂର୍ବରୁ ପୁରୀଘାଟ ଥାନାରେ ମାମଲା ରୁଜୁ କରିଥିଲେ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ I ଅନୁଭବଙ୍କ ସହିତ ତାଙ୍କର ୨ ସହଯୋଗୀ ସୁଜିତ ଦଳେଇ ଏବଂ ଖଗେନ୍ଦ୍ର ସାହୁଙ୍କ ବିରୋଧରେ ଚାର୍ଜ ଫ୍ରେମ ଜାରି ହୋଇଥିଲା I ତେବେ ଏହା ପୂର୍ବରୁ ଅନୁଭବ ମହାନ୍ତିଙ୍କୁ ନୋଟିସ ହୋଇଥିଲେ ମଧ୍ୟ ସେ କୋର୍ଟରେ ହାଜର ହୋଇନଥିଲେ । ଫଳରେ ତାଙ୍କ ବିରୋଧରେ କୋର୍ଟ ଏନବିଡବ୍ଲୁ ଜାରି କରିଥିଲେ । ଏହାପରେ ହାଇକୋର୍ଟ ଏନବିଡବ୍ଲୁ ଉପରେ ରୋକ ଲଗାଇଥିଲେ । ତେବେ ଆଜି ସ୍ୱତନ୍ତ୍ର କୋର୍ଟରେ ଅଭିନେତା ଅନୁଭବ ମହାନ୍ତି ଙ୍କ ସହିତ ତାଙ୍କର ଦୁଇ ସହଯୋଗୀ ହାଜର ହୋଇଛନ୍ତି ।




