ଆପୋଷ ସମାଧାନ ପାଇଁ ଏସଡିଜେଏମ କୋର୍ଟରେ ଅନୁଭବ ଓ ବର୍ଷା
କଟକ : ବିବାହ ବିଚ୍ଛେଦ ଆବେଦନ ଖାରଜ ପରେ କଟକ ଏସଡିଜେଏମ କୋର୍ଟରେ ହଜାର ହେଲେ ସାଂସନ୍ଦ ଅନୁଭବ ଓ ବର୍ଷା I ଘରୋଇ ହିଂସା ମାମଲାରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ ଆଲୋଚନା ଆରମ୍ଭ ହୋଇଛି । ପୂର୍ବରୁ ବର୍ଷା ଘରୋଇ ହିଂସା ନେଇ କୋର୍ଟରେ ଅଭିଯୋଗ ଆଣିଥିଲେ। ଏ ନେଇ କୋର୍ଟରେ ବର୍ଷା ଓ ଅନୁଭବଙ୍କୁ କାଉନସେଲିଂ କରାଯାଉଛି। ଏବେ ମାମଲା କୋର୍ଟରେ ବିଚାରାଧୀନ ଅଛି। ପୂର୍ବରୁ ଫ୍ୟାମିଲି କୋର୍ଟରେ ବିବାହ ବିଚ୍ଛେଦ […]
କଟକ : ବିବାହ ବିଚ୍ଛେଦ ଆବେଦନ ଖାରଜ ପରେ କଟକ ଏସଡିଜେଏମ କୋର୍ଟରେ ହଜାର ହେଲେ ସାଂସନ୍ଦ ଅନୁଭବ ଓ ବର୍ଷା I ଘରୋଇ ହିଂସା ମାମଲାରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ ଆଲୋଚନା ଆରମ୍ଭ ହୋଇଛି । ପୂର୍ବରୁ ବର୍ଷା ଘରୋଇ ହିଂସା ନେଇ କୋର୍ଟରେ ଅଭିଯୋଗ ଆଣିଥିଲେ। ଏ ନେଇ କୋର୍ଟରେ ବର୍ଷା ଓ ଅନୁଭବଙ୍କୁ କାଉନସେଲିଂ କରାଯାଉଛି। ଏବେ ମାମଲା କୋର୍ଟରେ ବିଚାରାଧୀନ ଅଛି। ପୂର୍ବରୁ ଫ୍ୟାମିଲି କୋର୍ଟରେ ବିବାହ ବିଚ୍ଛେଦ ଆବେଦନ ଖାରଜ କରିସାରିଛନ୍ତି।
ସୂଚନାନୁସାରେ,୨୦୧୪ରେ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ ଦୁଇ ବଲିଉଡ ଅଭିନେତା-ଅଭିନେତ୍ରୀ ଅନୁଭବ-ବର୍ଷା I ପରେ ପାରିବାରିକ ମନୋମାଳିନ୍ୟ ଯୋଗୁଁ ୨୦୨୦ରେ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ ଅନୁଭବ । ପରେ ବର୍ଷାଙ୍କ ଆବେଦନ ଓ ସୁପ୍ରିମକୋର୍ଟଙ୍କ ରାୟ କ୍ରମେ ଏହା କଟକର ସ୍ୱତନ୍ତ୍ର ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇଥିଲା । ତେବେ ଦୀର୍ଘ ଦିନର ଶୁଣାଣି ପରେ ଶନିବାରଦିନ ଅନୁଭବଙ୍କ ଛାଡ଼ପତ୍ର ଆବେଦନ ମାମଲା ଓ ବର୍ଷାଙ୍କ ଏକାଠି ରହିବା ଆବେଦନ ଖାରଜ ହୋଇଯାଇଛି । କଟକ ପରିବାର ଅଦାଲତ ଏହାକୁ ଖାରଜ କରିଥିଲେ ।




