ଅସାମାଜିକଙ୍କ ଆତଙ୍କରାଜ,ନାବାଳକଙ୍କୁ ମାଡ଼ ମାରି ଭିଡିଓ ଭାଇରାଲ
ଭୁବନେଶ୍ୱର : ରାସ୍ତା ମଝିରେ ଅସାମାଜିକଙ୍କ ଭାଇଗି । ମ୍ୟୁଜିକ ଲଗାଇ ଗୀତର ତାଳେ ତାଳେ ଜଣେ ୧୪ ବର୍ଷୀୟ ନାବାଳକଙ୍କ ନିର୍ଦ୍ଧୁମ ପିଟିଲେ । ଏହାସହ ସାମାଜିକ ଗଣମାଧ୍ୟମରେ ମାଡମରା ଭିଡିଓକୁ ଭାଇରାଲ କରିଛନ୍ତି । ଘଟଣାଘଟିଛି ଭୁବନେଶ୍ୱର ଧଉଳି ଥାନା ଅନ୍ତର୍ଗତ କୃଷ୍ଣପୁର ଗାଁ ରେ । ତେବେ ଭିଡିଓ ଭାଇରାଲ ପରେ ଧଉଳି ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୭ ଜଣ ଅଭିଯୁକ୍ତକୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଭଦ୍ରକରୁ […]
ଭୁବନେଶ୍ୱର : ରାସ୍ତା ମଝିରେ ଅସାମାଜିକଙ୍କ ଭାଇଗି । ମ୍ୟୁଜିକ ଲଗାଇ ଗୀତର ତାଳେ ତାଳେ ଜଣେ ୧୪ ବର୍ଷୀୟ ନାବାଳକଙ୍କ ନିର୍ଦ୍ଧୁମ ପିଟିଲେ । ଏହାସହ ସାମାଜିକ ଗଣମାଧ୍ୟମରେ ମାଡମରା ଭିଡିଓକୁ ଭାଇରାଲ କରିଛନ୍ତି । ଘଟଣାଘଟିଛି ଭୁବନେଶ୍ୱର ଧଉଳି ଥାନା ଅନ୍ତର୍ଗତ କୃଷ୍ଣପୁର ଗାଁ ରେ । ତେବେ ଭିଡିଓ ଭାଇରାଲ ପରେ ଧଉଳି ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୭ ଜଣ ଅଭିଯୁକ୍ତକୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଭଦ୍ରକରୁ ଧରାପଡିଥିବା ବେଳେ ଏଥିରେ ସମ୍ପୃକ୍ତି ଥିବା ଅନ୍ୟମାନେ ଫେରାର ଅଛନ୍ତି। ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଛି ବୋଲି ପ୍ରାଥମିକ ସୂଚନାରୁ ଜଣା ପଡିଛି ।
ସୂଚନା ମୁତାବକ, ଧଉଳି ଥାନା ଗୋପୀନାଥପୁର କୃଷ୍ଣପୁର ଗାଁର ୧୪ ବର୍ଷୀୟ ନାବାଳକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପ୍ରାୟ ୨୦ ରୁ ୨୫ ଦିନ ତଳେ ଏକ ନିଛାଟିଆ ସ୍ଥାନକୁ ନେଇ ନିସ୍ତୁକ ମାଡ଼ ମାରିଥିଲେ । ପିଲାଟି ଯେତେ କାକୁତି ମିନତି କରିଥିଲେ ହେଁ ସେମାନେ ତାକୁ ଛାଡି ନଥିଲେ । ଏପରିକି ଘଟଣା ବିଷୟରେ ଘରେ କହିଲେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । କିନ୍ତୁ ମାଡ ମାରିବା ଭିଡିଓ ଭାଇରାଲ ପରେ କଥା ପଦାକୁ ଆସିଥିଲା । ଗୁରୁବାର ରାତିରେ ନାବାଳକର ମା’ଧଉଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ୭ ଜଣଙ୍କୁ ଗିରଫ କରିଛି । ଅନ୍ୟ ମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି ।




