ଆସୁଛି ଆଉ ଏକ ପଶ୍ଚିମା ଝଡ଼ ୨୬ ଯାଏଁ ବର୍ଷା

ଭୁବନେଶ୍ୱର : ମାର୍ଚ୍ଚ ୧୫ ତାରିଖ ଠାରୁ ରIଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଲାଗି ରହିଛି I ଫଳରେ କିଛି ଦିନ ଧରି ଅସହ୍ୟ ତାତିରୁ ରାଜ୍ୟବାସୀଙ୍କୁ ଆରାମ ମିଳିଛି I କିନ୍ତୁ କାଳବୈଶାଖୀର କୁଆ ପଥରେ ମାଡ଼ରେ,ଅମଳ ହେବାକୁ ଥିବା ଫସଲ ନଷ୍ଟ ହେବା ଯୋଗୁଁ ଚାଷୀକୁଳ ହତାଶ ହେଇଛନ୍ତି I ଆଜି ମଧ୍ୟ ଅପରାହ୍ନରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଲାଗି ରହିଛି I ରାଜ୍ୟରେ ଏହାର ପ୍ରଭାବ ଆସନ୍ତା ୨୬ ତାରିଖ […]

Samaya Live Picture
Published On

ଭୁବନେଶ୍ୱର : ମାର୍ଚ୍ଚ ୧୫ ତାରିଖ ଠାରୁ ରIଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଲାଗି ରହିଛି I ଫଳରେ କିଛି ଦିନ ଧରି ଅସହ୍ୟ ତାତିରୁ ରାଜ୍ୟବାସୀଙ୍କୁ ଆରାମ ମିଳିଛି I କିନ୍ତୁ କାଳବୈଶାଖୀର କୁଆ ପଥରେ ମାଡ଼ରେ,ଅମଳ ହେବାକୁ ଥିବା ଫସଲ ନଷ୍ଟ ହେବା ଯୋଗୁଁ ଚାଷୀକୁଳ ହତାଶ ହେଇଛନ୍ତି I ଆଜି ମଧ୍ୟ ଅପରାହ୍ନରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଲାଗି ରହିଛି I ରାଜ୍ୟରେ ଏହାର ପ୍ରଭାବ ଆସନ୍ତା ୨୬ ତାରିଖ ଯାଏଲାଗି ରହିବାର ସମ୍ଭାବନା ରହିଛି । ବର୍ଷା ସହିତ ଏକାଧିକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କୁଆ ପଥର ମାଡ଼ ହେବାର ସମ୍ଭାବନା ରହିଛି। ତେଣୁ ଆଜି ପାଇଁ ୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ତା ସହ ଗଜପତି, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ବରଗଡ଼ରେ ୩୦ ମି.ମି ବର୍ଷା ରେକର୍ଡ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଆଜି ରାଜ୍ୟରେ ଆଉ ଏକ ପଶ୍ଚିମା ଝଡ଼ ସକ୍ରିୟ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ଆଜି ରାତିରୁ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୫ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ବା ୨ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ହେଲେ ୨୬ ତାରିଖରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶା ଓ ଉପକୂଳ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

Tags: