ଅଳ୍ପକେ ଟଳିଲା ଆଉ ଏକ ରେଳ ଦୁର୍ଘଟଣା
ବାଲେଶ୍ୱର : ଆଉ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ମେମୁ ଟ୍ରେନ୍ । ଭଦ୍ରକ ରୁ ଖଡ଼ଗ୍ପୁର ଯାଉଥିଲା ଏହି ମେମୁ ଟ୍ରେନ I ମେନ ଲାଇନରୁ ଯାଇ ଲୁପ୍ ଲାଇନ୍ରେ ପଶିବା ପୂର୍ବରୁ ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରାକରୁ ୧୦୦ ମିଟର ପୂର୍ବରୁ ଟ୍ରେନଟି ଅଟକି ଯାଇଥିଲା I ଫଳରେ ଶତାଧିକ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଯାଇଛି Iଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ରୋଡ୍ ବରୁଣସିଂ ଷ୍ଟେସନ ପାଖରେ I […]
ବାଲେଶ୍ୱର : ଆଉ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ମେମୁ ଟ୍ରେନ୍ । ଭଦ୍ରକ ରୁ ଖଡ଼ଗ୍ପୁର ଯାଉଥିଲା ଏହି ମେମୁ ଟ୍ରେନ I ମେନ ଲାଇନରୁ ଯାଇ ଲୁପ୍ ଲାଇନ୍ରେ ପଶିବା ପୂର୍ବରୁ ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରାକରୁ ୧୦୦ ମିଟର ପୂର୍ବରୁ ଟ୍ରେନଟି ଅଟକି ଯାଇଥିଲା I ଫଳରେ ଶତାଧିକ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଯାଇଛି Iଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ରୋଡ୍ ବରୁଣସିଂ ଷ୍ଟେସନ ପାଖରେ I ତେବେ କେଉଁଥି ପାଇଁ ଏଭଳି ସମସ୍ୟା ହୋଇଥିଲା ତାହା ଜଣାପଡିନି। ନୀଳଗିରି ରୋଡ଼ରେ ଏହି ସମସ୍ୟା ପରେ ଟ୍ରେନଟି ସେଠାରେ ଦୁଇ ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା। ଲୋକ ପାଇଲଟ ଟ୍ରେନକୁ ପଛକୁ ବ୍ରେକ କରି ପୁଣି ବାଲେଶ୍ୱର ଅଭିମୁଖେ ନେଇଛନ୍ତି।




