ସୁରକ୍ଷାକର୍ମୀଙ୍କୁ ଆଉ ଏକ ସଫଳତା ,ଟପ ମାଓନେତା ହିଡ଼ମା ନିହତ

ମାଲକାନଗିରି : ସୁରକ୍ଷା କର୍ମୀଙ୍କ ପାଇଁ ଏକ ବଡ଼ ସଫଳତା, ଟପ ମାଓ ନେତା ହିଡମା ମାଡଭି ନିହତ । ମୁଣ୍ଡ ଉପରେ ଥିଲା ୧ କୋଟି ଟଙ୍କାର ପୁରସ୍କାର I ଓଡ଼ିଶା-ଛତିଶଗଡ଼ ସୀମାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଗତ ୯ ତାରିଖରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ନେସନାଲ ପାର୍କରେ ଏନକାଉଣ୍ଟର ବେଳେ ୩୧ ମାଓବାଦୀ ନିହତ ହୋଇଥିଲେ । ଏଥିରେ ହିଡ଼ମା ମାଣ୍ଡବି […]

ସୁରକ୍ଷାକର୍ମୀଙ୍କୁ ଆଉ ଏକ ସଫଳତା ,ଟପ ମାଓନେତା ହିଡ଼ମା ନିହତ
Samaya Live Picture
Published On

ମାଲକାନଗିରି : ସୁରକ୍ଷା କର୍ମୀଙ୍କ ପାଇଁ ଏକ ବଡ଼ ସଫଳତା, ଟପ ମାଓ ନେତା ହିଡମା ମାଡଭି ନିହତ । ମୁଣ୍ଡ ଉପରେ ଥିଲା ୧ କୋଟି ଟଙ୍କାର ପୁରସ୍କାର I ଓଡ଼ିଶା-ଛତିଶଗଡ଼ ସୀମାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଗତ ୯ ତାରିଖରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ନେସନାଲ ପାର୍କରେ ଏନକାଉଣ୍ଟର ବେଳେ ୩୧ ମାଓବାଦୀ ନିହତ ହୋଇଥିଲେ । ଏଥିରେ ହିଡ଼ମା ମାଣ୍ଡବି ନିହତ ହୋଇଥିବା ସୂଚନା ମିଳିଛି । ଶବ ବ୍ୟବଚ୍ଛେଦ ବେଳେ ଟପ ମାଓ ନେତା ହିଡ଼ମାର ପରିଚୟ ମିଳିଛି ।

ସୂଚନା ଅନୁସାରେ ଦୁର୍ଦ୍ଦାନ୍ତ ମାଓବାଦୀ ମାଡଭି ହିଡମା ୧୬ ବର୍ଷ ବୟସରେ ମାଓ ସଙ୍ଗଠନରେ ଏଣ୍ଟ୍ରି ମାରିଥିଲା । ବିଚକ୍ଷଣ ବୁଦ୍ଧି ଓ ନିର୍ଭୁଲ ଅପରେସନର ଯୋଜନା ପାଇଁ ବେଶ ପରିଚିତ ଥିଲା । ପିପୁଲସ୍ ଲିବରେସନ ଗରିଲା ଆର୍ମିର ବାଟାଲିୟନ-୧ର କମାଣ୍ଡର ଥିଲା ହିଡମା । ସେ ୨୧ ଜଣିଆ କେନ୍ଦ୍ରୀୟ କମିଟିର ସର୍ବକନିଷ୍ଠ ସଦସ୍ୟ ଥିଲା । ୨୦୦୪ ରୁ ୨୦୨୪ ମଧ୍ୟରେ ୨୭ଟି ମାଓ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ହିଡମା । ୨୦୧୦ରେ CRPF ଉପରେ ହୋଇଥିବା ହମଲାରେ ୭୫ ଯବାନ ସହିଦ ହୋଇଥିଲେ । ୨୦୧୩ରେ ଝିରମ୍ ଘାଟି ଆକ୍ରମଣରେ କଂଗ୍ରେସର ବରିଷ୍ଠ ନେତା ନିହତ ହୋଇଥିଲେ । ୨୦୧୭ରେ ବୁର୍ଖାପାରେ ମାଓ ଆକ୍ରମଣରେ ୨୭ ସିଆରପିଏଫ୍ ଯବାନଙ୍କ ମୃତ୍ୟୁ ହୋଇଥିଲା । ଏସବୁ ମାଓ ହାମଲା ପଛରେ ରହିଛି ହିଡମାର ହାତ ।

ଅନ୍ୟପଟେ ମାଲକାନଗିରି ଜିଲ୍ଲା ସିଲାକୋଟା ଜଙ୍ଗଲରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଛନ୍ତି ବି.ଏସ୍‌.ଏଫ୍‌. ଜବାନ । ବିଶେଷ ସୁତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଓ ବି.ଏସ୍‌.ଏଫ୍ ଦ୍ୱିତୀୟ ବାଟାଲିୟନ ଜବାନ ମାନେ ସର୍ଚ୍ଚ ଅପରେସନରେ ସିଲାକୋଟା ଜଙ୍ଗଲ ଅଭିମୁଖେ ଯାଇ ମାଓ ସାମଗ୍ରୀ ଠାବ କରିଛନ୍ତି । ଜଙ୍ଗଲ ଭିତରେ ଥିବା ୪ ଟି ପଥର ଗୁମ୍ଫାରୁ ଏବଂ ମାଟି ତଳୁ ସାମଗ୍ରୀ ଜବତ କରାଯାଇଥିଲ। ଏଗୁଡିକ ମଧ୍ୟରେ ଗୋଟିଏ ପ୍ରେସର କୁକର ବୋମା, ତିନୋଟି ଟିଫିନ ଆଇଡି, ତିନୋଟି ଇଲେକ୍ଟ୍ରିକ୍ ଡିଟୋନେଟର, ୧୧ ମିଟର ବିଦ୍ୟୁତ୍ ତାର, ଗୋଟିଏ ମୋବାଇଲ ଫୋନ୍‌, ଗୋଟିଏ ପାବାର ବ୍ୟାଙ୍କ, ତିନୋଟି ଏସ୍‌.ବି.ଏମ୍‌.ଏଲ୍‌. ବନ୍ଧୁକ ରହିଥିବା ନେଇ ମାଲକାନଗିରି ଏସ୍‌.ପି. ବିନୋଦ ପାଟିଲ ହେଚ୍‌. ସୂଚନା ଦେଇଛନ୍ତି ।

Tags: