ବ୍ରହ୍ମପୁର ମେଡିକାଲ କଲେଜରେ ପୁଣି ଛାତ୍ରଙ୍କୁ ରାଗିଂ ଅଭିଯୋଗ
ବ୍ରହ୍ମପୁର: ପୁଣି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ରାଗିଂ । ପ୍ରଥମ ବର୍ଷର ଛାତ୍ରଙ୍କୁ ଦ୍ବିତୀୟ ବର୍ଷର କିଛି ଛାତ୍ର ରାଗିଂ କରିଥିବା ଅଭିଯୋଗ । ଜୁନିୟର ଛାତ୍ରଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଛନ୍ତି ସିନିଅର ଛାତ୍ର । ଏ ନେଇ ଜୁନିୟର ଛାତ୍ରମାନେ ଏମକେସିଜି ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରିଛନ୍ତି ଜୁନିୟର ଛାତ୍ର। ରାଗିଂର ଶିକାର ହୋଇଥିବା ଛାତ୍ରଙ୍କ ଅଭିଭାବକ ଏନେଇ ଏମକେସିଜି ଡିନ୍ ଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି । ଘଟଣାକୁ […]
ବ୍ରହ୍ମପୁର: ପୁଣି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ରାଗିଂ । ପ୍ରଥମ ବର୍ଷର ଛାତ୍ରଙ୍କୁ ଦ୍ବିତୀୟ ବର୍ଷର କିଛି ଛାତ୍ର ରାଗିଂ କରିଥିବା ଅଭିଯୋଗ । ଜୁନିୟର ଛାତ୍ରଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଛନ୍ତି ସିନିଅର ଛାତ୍ର । ଏ ନେଇ ଜୁନିୟର ଛାତ୍ରମାନେ ଏମକେସିଜି ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରିଛନ୍ତି ଜୁନିୟର ଛାତ୍ର। ରାଗିଂର ଶିକାର ହୋଇଥିବା ଛାତ୍ରଙ୍କ ଅଭିଭାବକ ଏନେଇ ଏମକେସିଜି ଡିନ୍ ଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ଆଜି ଅପରାହ୍ନରେ ଆଣ୍ଟି ରାଗିଂ ସେଲ ବୈଠକ ବସିବାର ସୂଚନା ରହିଛି । ଏପିରିକି ୪ଜଣ ସିନିୟର ଛାତ୍ରୀଙ୍କୁ ସୋମବାର ଆଣ୍ଟି ରାଗିଂ କମିଟି ନିକଟରେ ହାଜର ହେବାକୁ ନୋଟିସ ମଧ୍ୟ କରାଯାଇଛି ।
ସୂଚନାନୁସାରେ,ମାସକ ତଳେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ ଆସିଥିଲା । ଏମବିବିଏସ ର ଦ୍ବିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଥିଲା । ବିଭିନ୍ନ ହଷ୍ଟେଲରେ ଏକାଧିକ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଥିଲା । ଯେଉଁଥିପାଇଁ ଚତୁର୍ଥ ବର୍ଷ ର ୫ ଜଣ ଛାତ୍ରଙ୍କୁ କ୍ୟାମ୍ପସକୁ ମନା କରାଯାଇଥିଲା।




