କଳା ଜଗତରୁ ପୁଣି ଏକ ଦୁଖଦଃ ଖବର ନାଟ୍ୟକାର ଇଂ କିଶୋର ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର : ଯାତ୍ରା ଜଗତର ବିଶିଷ୍ଟ ନାଟ୍ୟକାର ଇଂ କିଶୋର ମହାପାତ୍ରଙ୍କ ପରଲୋକ । ଅସୁସ୍ଥତା ଯୋଗୁଁ ସେ କିଛି ଦିନ ହେଲା କଟକସ୍ଥିତ ଏକ ନର୍ସିଂ ହୋମ୍‌ରେ ସେ ଚିକିତ୍ସାଧୀନ ଥିଲେ । ତେବେ ସୋମବାର ସନ୍ଧ୍ୟାରେ ସେ ପରଲୋକ ଗମନ କରିଥିଲେ I ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ଯାତ୍ରା ନାଟକ କ୍ଷେତ୍ରରେ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ମୃତଦେହ ରାତିରେ ତାଙ୍କ ଜନ୍ମସ୍ଥାନ ଜଗତସିଂହପୁର […]

Samaya Live Picture
Published On

ଭୁବନେଶ୍ୱର : ଯାତ୍ରା ଜଗତର ବିଶିଷ୍ଟ ନାଟ୍ୟକାର ଇଂ କିଶୋର ମହାପାତ୍ରଙ୍କ ପରଲୋକ । ଅସୁସ୍ଥତା ଯୋଗୁଁ ସେ କିଛି ଦିନ ହେଲା କଟକସ୍ଥିତ ଏକ ନର୍ସିଂ ହୋମ୍‌ରେ ସେ ଚିକିତ୍ସାଧୀନ ଥିଲେ । ତେବେ ସୋମବାର ସନ୍ଧ୍ୟାରେ ସେ ପରଲୋକ ଗମନ କରିଥିଲେ I ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ଯାତ୍ରା ନାଟକ କ୍ଷେତ୍ରରେ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

ମୃତଦେହ ରାତିରେ ତାଙ୍କ ଜନ୍ମସ୍ଥାନ ଜଗତସିଂହପୁର ଜିଲା ରଘୁନାଥପୁର ଅନ୍ତର୍ଗତ ରେଢୁଆକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଜ୍ୟୋତିର୍ମୟୀ, ପୁତ୍ର ନାଟ୍ୟକାର ଇଂ ଆଶୁତୋଷ, ଦୁଇ କନ୍ୟା ଅସ୍ମିତା ଓ ଆଶ୍ରିତା ଉପସ୍ଥିତ ଥିଲେ।

ରାଜ୍ୟର ଯାତ୍ରା ଜଗତର ଜଣେ ପ୍ରଖ୍ୟାତ ନାଟ୍ୟକାର ଭାବେ ଶ୍ରୀ ମହାପାତ୍ର ବେଶ୍ ପରିଚିତ ଥିଲେ । ସେ ଭୁବନେଶ୍ବର ମହିଳା ପଲିଟେକ୍‌ନିକ୍‌ରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ସହ ଯାତ୍ରା ନାଟକ ରଚନାରେ ମନୋନିବେଶ କରିଥିଲେ। ତାଙ୍କ ରଚିତ ସଫଳ ନାଟକ ମଧ୍ୟରେ- ଦେଢ଼ ଦିନର ସ୍ବାମୀ, ପୁରୀରୁ ପଟ୍ଟାମୁଣ୍ଡାଇ, ସୁର ସାର୍‌ଙ୍କ ସାନଝିଅ, ଯାହା କହିବି ସତ କହିବି, ଲାଲ୍‌ ଶାଢ଼ି ନୀଳ ବ୍ଲାଉଜ୍‌, ରାତି ନଅରୁ ଭୋର୍‌ ୬ ପ୍ରଭୃତି ଏକାଧିକ ନାଟକ ଦର୍ଶକଙ୍କୁ ପ୍ରଭାବିତ କରିଥିଲା। ତାଙ୍କର ଏକାଧିକ ନାଟକରେ ଅନୁଭବୀ ନିର୍ଦେଶକ ସୀତାକାନ୍ତ ମହାନ୍ତି ନିର୍ଦେଶନା ଦେଇଥିଲେ। ଇଂ ମହାପାତ୍ରଙ୍କ ଶେଷ ନାଟକ ଥିଲା ‘ଆକାଶ କଇଁଆ ଚିଲିକା ମାଛ।’ ଯାତ୍ରାଶ୍ରୀ ବିଶ୍ବ ଦରବାର ପରିବେଷିତ ଏହି ନାଟକକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। କିଶୋରଙ୍କର ଏକାଧିକ ନାକଟରେ ଅଭିଜ୍ଞତାସମ୍ପନ୍ନ ନିର୍ଦ୍ଦେଶକ ସୀତାକାନ୍ତ ମହାନ୍ତି ନିର୍ଦ୍ଦେଶନା ଦେଇଥିଲେ । ତାଙ୍କର ବିୟୋଗରେ ଯାତ୍ରା ଜଗତ ସହ ଜଡ଼ିତ ବହୁ କଳାକାର, ତାଙ୍କର ବନ୍ଧୁ ଓ ପରିଜନ ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

Tags: