ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ
ପୁରୀ : ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ହୋଇଛି। ବିଭିନ୍ନ ମେଡିକାଲରେ ଅନ୍ୟ ୨୬ଜଣ ଆହତଙ୍କ ଚିକିତ୍ସା ଚାଲିଛି। ଏହି ଘଟଣାରେ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ I ଏନେଇ ଏସଆରସି ସୂଚନା ଦେଇଛନ୍ତି। ଗୁରୁବାର ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନାନୁସାରେ,ଗତ […]
ପୁରୀ : ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ହୋଇଛି। ବିଭିନ୍ନ ମେଡିକାଲରେ ଅନ୍ୟ ୨୬ଜଣ ଆହତଙ୍କ ଚିକିତ୍ସା ଚାଲିଛି। ଏହି ଘଟଣାରେ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ I ଏନେଇ ଏସଆରସି ସୂଚନା ଦେଇଛନ୍ତି। ଗୁରୁବାର ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସୂଚନାନୁସାରେ,ଗତ ବୁଧୁବାର ରାତିରେ ପୁରୀ ନରେନ୍ଦ୍ର ପୋଖରୀରେ ମହାପ୍ରଭୁଙ୍କ ଚାପଖେଳ ବେଳେ ଘଟିଥିଲା ବଡ଼ ଅଘଟଣ I ଦେବୀଘାଟରେ ଭୟଙ୍କର ବାଣ ବିସ୍ଫୋରଣରେ ଜଳିଯାଇଥିଲେ ୫୦ ରୁ ଉର୍ଦ୍ଧ୍ବ ଲୋକ I ଏମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା ରହିଥିଲେ I ଘଟଣା ସ୍ଥଳରୁ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପୁରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସାପରେ ଭୁବନେଶ୍ୱର ଏବଂ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା I ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଜି ଆଜୁ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି I




