ଆସନ୍ତା ୨୫ ତାରିଖରେ ପୁଣି ଏକ ଲଘୁଚାପ ସମ୍ଭାବନା !
ଭୁବନେଶ୍ୱର: ଆସୁଛି ପୁଣି ଏକ ଲଘୁଚାପ । ଆସନ୍ତା ୨୫ ଓ ୨୬ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ଅଛି । ଏହା ଘନୀଭୂତ ହୋଇ ଅବପାତ ରୂପ ନେବ। ଏହାର ପ୍ରଭାବରେ ୨୭ ଓ ୨୮ ତାରିଖରେ ବର୍ଷା ହେବ। ୨୯ ତାରିଖରେ ବି ବର୍ଷା ହୋଇପାରେ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ଯାହା ଫଳରେ […]
ଭୁବନେଶ୍ୱର: ଆସୁଛି ପୁଣି ଏକ ଲଘୁଚାପ । ଆସନ୍ତା ୨୫ ଓ ୨୬ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ଅଛି । ଏହା ଘନୀଭୂତ ହୋଇ ଅବପାତ ରୂପ ନେବ। ଏହାର ପ୍ରଭାବରେ ୨୭ ଓ ୨୮ ତାରିଖରେ ବର୍ଷା ହେବ। ୨୯ ତାରିଖରେ ବି ବର୍ଷା ହୋଇପାରେ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ଯାହା ଫଳରେ ପାର୍ବଣ ବର୍ଷାରେ ଭିଜିପାରେ ବୋଲି ସୂଚନା ମିଳିଛି । ଆଜି ବିଜୁଳି ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ପାଇଁ ୨୦ ଜିଲ୍ଲାକୁ ସତର୍କ ସୂଚନା ପ୍ରଦାନ କରାଯାଉଛି ।
୨୮ ତାରିଖ ହେଉଛି ଦଶହରାର ଷଷ୍ଠୀ ପୂଜା। ଷଷ୍ଠୀ ଓ ସପ୍ତମୀ ପୂଜା ସମୟରେ ବର୍ଷା ହୋଇପାରେ । ସୃଷ୍ଟି ହୋଇଥିବା ଲଘୁଚାପ ୨୯ ତାରିଖ ବେଳକୁ ପଶ୍ଚିମ ଓଡ଼ିଶା ଦେଇ ଛତିଶଗଡ଼ ଓ ପରେ ନାଗପୁର ଆଡ଼କୁ ଯିବ। ୨୯ରେ ବର୍ଷା ଆଶଙ୍କା ଅଛି। ୩୦ ତାରିଖ ପରେ ପାଗ ଶୁଖିଲା ରହିବ। ତେବେ ୨୧ ତାରିଖ ବେଳକୁ ଠିକ୍ ଆକଳନ କରିହେବ ବୋଲି ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ।




