ଆସୁଛି ଆଉ ଏକ ଲଘୁଚାପ,୨୩ ରୁ ବର୍ଷା ସମ୍ଭାବନା !

ଭୁବନେଶ୍ୱର : ଭିଜିବା ଓଡିଶା । ଆସୁଛି ଆଉ ଏକ ଲଘୁଚାପ । ୨୧ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଆଣ୍ଡାମାନ ଉପକୂଳ ଛୁଇଁବା ସମ୍ଭାବନା ରହିଛି I ୨୩ ତାରିଖ ବେଳକୁ କ୍ରମେ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅବପାତର ରୂପ ନେବ । ତେବେ ଲଘୁଚାପର ପ୍ରଭାବ କିଭଳି ରହିବ, ତାହା […]

Samaya Live Picture
Published On

ଭୁବନେଶ୍ୱର : ଭିଜିବା ଓଡିଶା । ଆସୁଛି ଆଉ ଏକ ଲଘୁଚାପ । ୨୧ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଆଣ୍ଡାମାନ ଉପକୂଳ ଛୁଇଁବା ସମ୍ଭାବନା ରହିଛି I ୨୩ ତାରିଖ ବେଳକୁ କ୍ରମେ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅବପାତର ରୂପ ନେବ । ତେବେ ଲଘୁଚାପର ପ୍ରଭାବ କିଭଳି ରହିବ, ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପଟେ ନଭେମ୍ବର ତୃତୀୟ ସପ୍ତାହରୁ ରାଜ୍ୟରେ ଶୀତ ଅନୁଭୂତ ହେଉଛି । ଆଗାମୀ ୫ ଦିନ ଯାଏଁ ପାଣିପାଗରେ ବିଶେଷ କିଛି ପରିବର୍ତନ ହେବାକୁ ନ ଥିବାବେଳେ ଡିସେମ୍ବର ଏବଂ ଜାନୁଆରୀରେ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ ସୋମବାର ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଥିଲା ଫୁଲବାଣୀ। ତାପମାତ୍ରା ଥିଲା ୧୦.୫ ଡିଗ୍ରୀ ସେଲସିୟସ। ସେହିପରି ପାହାଡିଆ ଅଞ୍ଚଳ ଜି .ଉଦୟଗିରିରେ ୬.୬ ଡିଗ୍ରୀ ରେକର୍ଡ ହୋଇଛି । ଅନୁଗୁଳରେ ୧୧.୬, ଦାରିଙ୍ଗିବାଡିରେ ୧୧.୫, ରାଉରକେଲାରେ ୧୨.୨, ଝାରସୁଗୁଡାରେ ୧୨.୪, ଭବାନୀପାଟଣାରେ ୧୩, କେନ୍ଦୁଝର ଓ ସୁନ୍ଦରଗଡରେ ୧୪, ନବରଙ୍ଗପୁରରେ ୧୪.୫,ବଲାଙ୍ଗୀର ଓ ଢେଙ୍କାନାଳରେ ୧୪.୯, ସୋନପୁରରେ ୧୫.୧, ନୟାଗଡରେ ୧୫.୪ ଡିଗ୍ରୀ ରେକର୍ଡ଼ ହୋଇଥିବାବେଳେ ଭୁବନେଶ୍ବରରେ ୧୬.୧ ଓ କଟକରେ ତାପମାତ୍ରା ୧୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭବାନୀପାଟଣା ଓ ଫୁଲବାଣୀ ରେ ଘନ କୁହୁଡି ଦେଖା ଦେଇଛି । ଏହା ସହିତ ଆଗାମୀ ୩ ଦିନ ପର୍ଯ୍ୟନ୍ତ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି ର କିଛି ସ୍ଥାନରେ ହାଲୁକା କୁହୁଡି ଦେଖାଯିବ ବୋଲି ସତର୍କ କରିଛି ପାଣିପାଗ ବିଭାଗ।

Tags: