ଆସୁଛି ଆଉ ଏକ ଲଘୁଚାପ, ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ମୌସୁମୀ ଆରମ୍ଭ ନ ହେଉଣୁ ଲୁଚକାଳି ଖେଳ ଆରମ୍ଭ ହୋଇଛି I ଗତ ୨ ଦିନ ଧରି ରାଜ୍ୟରେ ଅସମ୍ଭବ ଗୁଳୁଗୁଳି ଗରମ ଅନୁଭୂତ ହେଉଛି I ତେବେ ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ I ଏନେଇ ୨୦ ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି I ରାଜ୍ୟର ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ […]

Samaya Live Picture
Published On

ଭୁବନେଶ୍ୱର : ମୌସୁମୀ ଆରମ୍ଭ ନ ହେଉଣୁ ଲୁଚକାଳି ଖେଳ ଆରମ୍ଭ ହୋଇଛି I ଗତ ୨ ଦିନ ଧରି ରାଜ୍ୟରେ ଅସମ୍ଭବ ଗୁଳୁଗୁଳି ଗରମ ଅନୁଭୂତ ହେଉଛି I ତେବେ ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ I ଏନେଇ ୨୦ ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି I ରାଜ୍ୟର ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଏବଂ ଉପକୂଳ ଓଡିଶାର ପ୍ରାୟ ୨୦ଟି ଜିଲ୍ଲାରେ ପର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନ ବାହାରିବା ସହ ବାହାରେଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି

ସେହିପରି ଆଜି ରାଜ୍ୟରେ ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି I ସେ ଗୁଡିକ ମଧ୍ୟରେ କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଇଚି ପାଣିପାଗ ବିଭାଗ । ଆସନ୍ତାକାଲି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଓଡିଶାର ଜଳବାୟୁକୁ ନେଇ ସେ କହିଛନ୍ତି ଯେ, ଆସନ୍ତା ୪ ତାରିଖରୁ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ୫ ତାରିଖରେ ୧୫ ଜିଲ୍ଲାକୁ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି । ଏହାର ପ୍ରଭାବରେ ବର୍ଷା ପରିମାଣ ବଢ଼ିବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Tags: