ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପଟି ଅବପାତର ରୂପ ନେବ। ପରବର୍ତ୍ତୀ ସମୟରେ ଏହି ଅବପାତ ତାମିଲନାଡୁ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡିଶାରେ ହେବ କୋହଲା ପାଗ । ୧୭ ରୁ ୧୯ ତାରିଖ ମଧ୍ୟରେ ଦକ୍ଷିଣ ଉପକୂଳ ଓଡିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, […]
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପଟି ଅବପାତର ରୂପ ନେବ। ପରବର୍ତ୍ତୀ ସମୟରେ ଏହି ଅବପାତ ତାମିଲନାଡୁ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡିଶାରେ ହେବ କୋହଲା ପାଗ । ୧୭ ରୁ ୧୯ ତାରିଖ ମଧ୍ୟରେ ଦକ୍ଷିଣ ଉପକୂଳ ଓଡିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି।
ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଏବଂ କନ୍ଧମାଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ବର୍ଷା ପ୍ରଭାବରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ପାରଦ।
ଅନ୍ୟପଟେ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟକୁ ଫେରିଛି ଶୀତ I ଲଘୁଚାପ ବର୍ଷା ପରେ ଖସୁଛି ପାରଦ ବଢୁଛି ଶୀତ । ବଣ, ପାହାଡ଼ ଘେରା ଅଞ୍ଚଳର ଲୋକେ ଅଧିକ ହନ୍ତସନ୍ତ ହେଉଛନ୍ତି । ଚାରିଆଡେ କୋହଲା ପାଗ, ଦିନ ବାରଟା ଯାଏଁ କମୁନି କୁହୁଡି କନ୍ଧମାଳକୁ ପୁଣି ଫେରିଛି ଶୀତ । ବିଶେଷକରି କନ୍ଧମାଳ ଏବଂ ମୟୁରଭଞ୍ଜ ଜିଲ୍ଲାରେ ଅନୁଭୂତ ହେଉଛି ଅସହ୍ୟ ଶୀତର ଲହରୀ । ବାଲିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ସାତ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ବାଲିଗୁଡାର ଉପାନ୍ତ ଅଞ୍ଚଳ କୋଟଗଡ଼ ପlରିଗଡ଼, ସୁବର୍ଣ୍ଣଗିରୀ ଖମାନଖୋଲ, ପୋଖରୀ ବନ୍ଧ ଅଞ୍ଚଳ ସମେତ ଦାରିଙ୍ଗବାଡି, କ.ନୁଆଗାଁ,ବେଲଘର, ତୁମୁଡ଼ିବନ୍ଧ, ଵେଲଘର ଅଞ୍ଚଳରେ ବଢ଼ିଲାଣି ଶୀତ ।
ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ସାତ ଡିଗ୍ରୀ ସେଲିସିୟସ ତଳେ ରହିଛି । ସେହିପରି ଶିମିଳିପାଳରେ ଲଗାତାର ତିନି ଦିନ ଧରି ଜାରି ରହିଛି ତୁଷାରପାତ । ହାଡ଼ଭଙ୍ଗା ଶୀତରେ ଥରୁଛି ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳ ଓ ପାଦଦେଶରେ ଥିବା ଯଶିପୁର, ରରୁଆଁ, ଶୁକ୍ରୁଳି, କରଞ୍ଜିଆ ଏବଂ ଠାକୁରମୁଣ୍ଡା ଅଞ୍ଚଳ । ଏହି ଅଞ୍ଚଳରେ ଘନ କୁହୁଡ଼ି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି ।
ସୋମବାର ଶିମିଳିପାଳର ଉପର ବାର୍ହାକାମୁଡ଼ା ଠାରେ ସର୍ବନିମ୍ନ ୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଚହଲା ଠାରେ ସର୍ବନିମ୍ନ ୩ ଡିଗ୍ରୀ ରେକର୍ଡ କରାଯାଇଛି । ନଅଣାରେ ୪ ଡିଗ୍ରୀ , ବରେହିପାଣି ୫ ଡିଗ୍ରୀ ଏବଂ ଗୁରୁଗୁଡ଼ିଆ ଠାରେ ସର୍ବନିମ୍ନ ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ପାରଦ ତଳମୁହାଁ ହେଉଥିବାରୁ ଉପର ବାର୍ହାକାମୁଡ଼ାର ମୋଟୁଘର, ଚହଲା ଓ ବରେହିପାଣି ଠାରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି ।




