ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା

ଜଗତସିଂପୁର : ଉଜୁଡା କ୍ଷେତ ନେଲା ପୁଣି ଜଣେ ଅନ୍ନଦାତାଙ୍କ ଜୀବନ । ଅଦିନିଆ ବର୍ଷାରେ ଫସଲହାନି ଯୋଗୁ ଜଣକ ପରେ ଜଣେ ଚାଷୀ ଜୀବନ ହାରିବାରେ ଲାଗିଛନ୍ତି। ମୃତକ ହେଲେ ଅଶୋକ ପରିଡା । ତାଙ୍କ ଘର ଜଗତସିଂପୁର ଜିଲ୍ଲା ତଅଂରା ପଞ୍ଚାୟତ ଅନ୍ତର୍ଗତ ବିଲସାହି ଗ୍ରାମରେ। ଅଶୋକ ଚଳିତ ଥର ୭ ଏକର ଜମିରେ ଚାଷ କରିଥିଲେ। ଚାଷ ପାଇଁ ସେ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ହେଳେ ଦୁଇ ଦୁଇ […]

Samaya Live Picture
Published On

ଜଗତସିଂପୁର : ଉଜୁଡା କ୍ଷେତ ନେଲା ପୁଣି ଜଣେ ଅନ୍ନଦାତାଙ୍କ ଜୀବନ । ଅଦିନିଆ ବର୍ଷାରେ ଫସଲହାନି ଯୋଗୁ ଜଣକ ପରେ ଜଣେ ଚାଷୀ ଜୀବନ ହାରିବାରେ ଲାଗିଛନ୍ତି। ମୃତକ ହେଲେ ଅଶୋକ ପରିଡା । ତାଙ୍କ ଘର ଜଗତସିଂପୁର ଜିଲ୍ଲା ତଅଂରା ପଞ୍ଚାୟତ ଅନ୍ତର୍ଗତ ବିଲସାହି ଗ୍ରାମରେ। ଅଶୋକ ଚଳିତ ଥର ୭ ଏକର ଜମିରେ ଚାଷ କରିଥିଲେ। ଚାଷ ପାଇଁ ସେ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ହେଳେ ଦୁଇ ଦୁଇ ଥର ଅଦିନିଆ ବର୍ଷାରେ ସମସ୍ତ ଫସଲ ନଷ୍ଟ ହୋଇଯାଇଥିଲା । ଯାହାଫଳରେ ସେ ଚିନ୍ତାଗ୍ରସ୍ତ ଅବସ୍ଥାରେ ରହୁଥିଲେ। ଶେଷରେ ଚାପରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି।

Tags: