ଫସଲ ହାନୀ ଯୋଗୁଁ ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା
ଆଳି : ଉଜୁଡ଼ା କ୍ଷେତ ନେଲା ଆଉ ଜଣେ ଚାଷୀଙ୍କ ଜୀବନ । ଅଦିନିଆ ବର୍ଷାରେ ଫସଲହାନି ଯୋଗୁ ବିଷ ପି’ଜୀବନ ହରିଛନ୍ତି ପୁଣି ଜଣେ ଅନ୍ନଦାତା । ମୃତକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ଆଳି ଅନ୍ତର୍ଗତ କୋଳଢିଆ ଗ୍ରାମର କୈଳାସ ଚନ୍ଦ୍ର ଧଳ। ଧାର କରଜ କରି ପ୍ରାୟ ୮ ଏକର ଜମିରେ ଚାଷ କରିଥିଲେ । ନିଜର ୫ ଏକର ଜମି ସହିତ ଭାଗରେ ୩ ଏକର ଜମିରେ ଚାଷ କରିଥିଲେ । ଅଦିନିଆ […]
ଆଳି : ଉଜୁଡ଼ା କ୍ଷେତ ନେଲା ଆଉ ଜଣେ ଚାଷୀଙ୍କ ଜୀବନ । ଅଦିନିଆ ବର୍ଷାରେ ଫସଲହାନି ଯୋଗୁ ବିଷ ପି’ଜୀବନ ହରିଛନ୍ତି ପୁଣି ଜଣେ ଅନ୍ନଦାତା । ମୃତକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ଆଳି ଅନ୍ତର୍ଗତ କୋଳଢିଆ ଗ୍ରାମର କୈଳାସ ଚନ୍ଦ୍ର ଧଳ। ଧାର କରଜ କରି ପ୍ରାୟ ୮ ଏକର ଜମିରେ ଚାଷ କରିଥିଲେ । ନିଜର ୫ ଏକର ଜମି ସହିତ ଭାଗରେ ୩ ଏକର ଜମିରେ ଚାଷ କରିଥିଲେ । ଅଦିନିଆ ବର୍ଷା ଯୋଗୁଁ ଜମିରେ ପାଣି ଜମି ରହିବାରୁ ଧାନ ଗଜା ହୋଇଗଲା । ଉଜୁଡା କ୍ଷେତକୁ ଦେଖି ଚିନ୍ତାରେ ପଡ଼ିଥିଲେ ଚାଷୀ । ଧାର କରଜ କରି ଚାଷ କରିଥିବା ବେଳେ ଏହାକୁ କିପରି ସୁଝିବେ ତାକୁ ନେଇ ଚିନ୍ତାରେ ପଡ଼ିଥିଲେ । ତେଣୁ ଗତକାଲି ରାତିରେ ବିଷ ପିଇ ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । । ବିଷ ପି’ଗୁରୁତର ହେବାପରେ ଗତ ରାତିରେ ତାଙ୍କୁ ଆଳି ହସ୍ପିଟାଲ ନେଇଥିଲେ ପରିବାର ଲୋକେ । ମାତ୍ର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । କୈଳାସଙ୍କ ମୃତ୍ୟୁରେ ହାତବାକ ହୋଇଯାଇଛନ୍ତି ପରିବାର ଲୋକେ । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି I




