ଏମକେସିଜିରେ ପୁଣି ଜଣେ ଡ଼ିପଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ
ବ୍ରହ୍ମପୁର : ଆଉ ଜଣେ ଡ଼ିପଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ । ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳର ୮ ବର୍ଷର ଶିଶୁକନ୍ୟା । ଏହାକୁ ମିଶାଇ ବ୍ରହ୍ମପୁର ଏମକେସିଜିରେ ୩ ଜଣ ଡ଼ିପଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ଏମକେସିଜି ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି । ସୂଚନାନୁସାରେ,ଗତକାଲି କୋରାପୁଟ ଜିଲ୍ଲା ନାରାୟଣପାଟଣା ଡାକ୍ତରଖାନାରୁ ନାରାୟଣପାଟଣା ବ୍ଲକ […]
ବ୍ରହ୍ମପୁର : ଆଉ ଜଣେ ଡ଼ିପଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ । ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳର ୮ ବର୍ଷର ଶିଶୁକନ୍ୟା । ଏହାକୁ ମିଶାଇ ବ୍ରହ୍ମପୁର ଏମକେସିଜିରେ ୩ ଜଣ ଡ଼ିପଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ଏମକେସିଜି ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।
ସୂଚନାନୁସାରେ,ଗତକାଲି କୋରାପୁଟ ଜିଲ୍ଲା ନାରାୟଣପାଟଣା ଡାକ୍ତରଖାନାରୁ ନାରାୟଣପାଟଣା ବ୍ଲକ ବୋରିଗି ପଞ୍ଚାୟତ ଜାମଡ଼ାୱାଲସା ଗ୍ରାମର ଶେଙ୍କାର ରାଓ ତାଡ଼ିଙ୍ଗିଙ୍କ ପୁଅ ଇଶାକ୍ ତାଡ଼ିଙ୍ଗି(୮)ଙ୍କୁ ବ୍ରହ୍ମପୁର ଏମ୍କେସିଜିକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ପହଞ୍ଚିବା ବେଳକୁ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଶିଶୁ ବିଭାଗରେ ଥିବା ଏନଏସସିୟୁ ରେ ରଖି ଚିକିତ୍ସା କରାଯାଉଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଅପରାହ୍ଣରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି । ବ୍ରହ୍ମପୁରରୁ ଆମ୍ବୁଲାନ୍ସ ଯୋଗେ ମରଶରୀରକୁ ଗାଁକୁ ଅଣାଯାଇଥିଲା।
ସପ୍ତାହକ ମଧ୍ୟରେ ନାରାୟଣପାଟଣା ଅଞ୍ଚଳରୁ ୫ ଜଣଙ୍କ ଜୀବନ ଚାଲିଯିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ତେବେ କୋରାପୁଟରୁ ଗତ ୧୨ ତାରିଖରୁ ୬ ଜଣ ଆକ୍ରାନ୍ତ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର ହୋଇଥିବାବେଳେ ଏଯାଏଁ ୩ ଜଣଙ୍କର ମୃତ୍ୟୁ ହୋଇଥବାବେଳେ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ମେଡିକାଲ କର୍ତୃପକ୍ଷ ସ୍ପଷ୍ଟ କରିଛନ୍ତି I




