ଆଉ ଜଣେ ଡିପଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ
ବ୍ରହ୍ମପୁର : ରାଜ୍ୟରେ ସଂକ୍ରାମକ ରୂପ ନେଉଛି ଡିପଥେରିଆ I ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଚିକିିତ୍ସିତ ହେଉଥିବା ଆଉ ଜଣେ ଡିପ୍ଥେରିଆ ଆକ୍ରାନ୍ତ ନାବାଳକଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି କୋରାପୁଟ ବନ୍ଧୁଗାଁର ୧୦ ବର୍ଷର ବାଳକ । କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ଅଞ୍ଚଳର ଏହି ବାଳକ ଜଣଙ୍କ ୧୬ ତାରିଖରେ ଏମ୍କେସିଜିର ଶିଶୁ ବିଭାଗରେ ଭର୍ତ୍ତି ହୋଇଥିଲା। ତାଙ୍କ ସହିତ ଅନ୍ୟ ୫ ଜଣ ମଧ୍ୟ ଚିକିତ୍ସିତ ହେଉଥିଲେ I ନାବାଳକଙ୍କୁ […]
ବ୍ରହ୍ମପୁର : ରାଜ୍ୟରେ ସଂକ୍ରାମକ ରୂପ ନେଉଛି ଡିପଥେରିଆ I ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଚିକିିତ୍ସିତ ହେଉଥିବା ଆଉ ଜଣେ ଡିପ୍ଥେରିଆ ଆକ୍ରାନ୍ତ ନାବାଳକଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି କୋରାପୁଟ ବନ୍ଧୁଗାଁର ୧୦ ବର୍ଷର ବାଳକ । କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ଅଞ୍ଚଳର ଏହି ବାଳକ ଜଣଙ୍କ ୧୬ ତାରିଖରେ ଏମ୍କେସିଜିର ଶିଶୁ ବିଭାଗରେ ଭର୍ତ୍ତି ହୋଇଥିଲା। ତାଙ୍କ ସହିତ ଅନ୍ୟ ୫ ଜଣ ମଧ୍ୟ ଚିକିତ୍ସିତ ହେଉଥିଲେ I ନାବାଳକଙ୍କୁ ପ୍ରଥମେ ସଂଘରୋଧ କେନ୍ଦ୍ରରେ ରଖାଯାଇଥିଲା I ପରେ ଅବସ୍ଥା ଗୁରୁତର ହେବାରୁ ଶିଶୁ ବିଭାଗର ଏଚ୍ଡିୟୁ (ହାଇ ଡିପେଡେନ୍ସି ୟୁନିଟ୍)କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବାବେଳେ ବୁଧୁବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଚନା ଦେଇଛନ୍ତି MKCG ମେଡିକାଲ ଅଧୀକ୍ଷକ ଡାକ୍ତର ସୁଚିତ୍ର ଦାସ । ପୂର୍ବରୁ ୧୩ ତାରିଖରେ ରାୟଗଡାର ଜଣେ ୧୨ ବର୍ଷୀୟ ଶିଶୁକନ୍ୟାର ଏମ୍କେସିଜିରେ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଏମ୍କେସିଜିରେ ଡିପ୍ଥେରିଆରେ ଆକ୍ରାନ୍ତ ଏହି ୨ ଜିଲାର ଅନ୍ୟ ୩ ଜଣ ଶିଶୁଙ୍କର ଚିକିତ୍ସା ଜାରି ରହିଛି।
ସୂଚନାନୁସାରେ,ପ୍ରଥମେ ରାୟଗଡା ମନୁଷୁପଦର ଗାଁରେ ୫ ଜଣ ଡିପ୍ଥେରିଆ ଆକ୍ରାନ୍ତ ଶିଶୁଙ୍କର ମୃତ୍ୟୁ ଘଟିଥିଲା I MKCG ମେଡିକାଲରେ ଜଣେ ମୃତକଙ୍କୁ ମିଶାଇ ଏବେ ଯାଏଁ ୬ ଜଣଙ୍କ ମୃତ୍ୟୁ ଡିପଥେରିଆରେ ହେଲାଣି । ପ୍ରଥମେ ଏହାକୁ ଏକ ଅଜଣା ରୋଗ ବୋଲି କୁହାଯାଉଥିଲା I ତେବେ ପରୀକ୍ଷା ପରେ ଏହା ଡିପ୍ଥେରିଆ ବୋଲି ଜଣାପଡିଥିଲା I ଏହି ରୋଗ ରାୟଗଡ଼ାରୁ କୋରାପୁଟ, ସମେତ କଳାହାଣ୍ଡି ଜିଲ୍ଲାକୁ ବ୍ୟାପି ଚାଲିଛି I
ସେପଟେ ଡିପଥେରିଆ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାୟଗଡ଼ା କାଶୀପୁରରେ ବୁଷ୍ଟର ଡୋଜ ଦିଆଯାଉଛି । ଏକ ବର୍ଷ ବୟସ କିମ୍ବା ତାଠାରୁ କମ ବୟସର ଶିଶୁଙ୍କୁ ପେଂଟା ଡୋଜ ଦିଆଯାଉଥିବା ବେଳେ ୫ରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଡୋଜ୍ ଦିଆଯାଉଛି । ସର୍ଭିଲାନ୍ସ ସରିବା ପରେ ସଂକ୍ରମଣ ବ୍ୟାପିଥିବା ଅନ୍ୟ ଅଂଚଳରେ ବୁଷ୍ଟର ଡୋଜ ଦିଆଯିବ । ଡିପଥେରିଆ ମୁକାବିଲା ପାଇଁ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆଂଟି ବାୟୋଟିକ୍ ଦିଆଯାଇଛି । ଆଗକୁ ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରିରେ ସର୍ଭିଲାନ୍ସ କରାଯିବ ।




