ପ୍ରେମୀ ଯୁଗଳଙ୍କୁ ପୁଣି ବଳଦ ଦଣ୍ଡ
କୋରାପୁଟ : ପରମ୍ପରା ନାଁରେ କୁସଂସ୍କାର । କଙ୍ଗାରୁ କୋର୍ଟରେ ପ୍ରେମୀ ଯୁଗଳଙ୍କୁ ପୁଣି ବଳଦ ଦଣ୍ଡ। ପରମ୍ପରା ନାଁରେ ଦେଇଛନ୍ତି କଡା ଶାସ୍ତି । ସଂପର୍କରେ ବିବାହ ଯୋଗୁଁ ଗାଁରେ କଙ୍ଗାରୁ କୋର୍ଟ ବସାଇ ଦଣ୍ଡିତ କଲେ ଗାଁ ଲୋକ। ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ବନ୍ଧୁଗାଁ ବ୍ଳକ ଚିଡ଼ି ୱାଲସା ଗାଁରେ । ସଂପର୍କୀୟ ଭାଇ ଭଉଣୀ ବାହା ହେବାରୁ କଙ୍ଗାରୁ କୋର୍ଟରେ ଦଣ୍ଡ ଦେଇଛନ୍ତି ଗାଁ ଲୋକ। ସୂଚନାନୁସାରେ, ଆଲୋମଣ୍ଡା […]
କୋରାପୁଟ : ପରମ୍ପରା ନାଁରେ କୁସଂସ୍କାର । କଙ୍ଗାରୁ କୋର୍ଟରେ ପ୍ରେମୀ ଯୁଗଳଙ୍କୁ ପୁଣି ବଳଦ ଦଣ୍ଡ। ପରମ୍ପରା ନାଁରେ ଦେଇଛନ୍ତି କଡା ଶାସ୍ତି । ସଂପର୍କରେ ବିବାହ ଯୋଗୁଁ ଗାଁରେ କଙ୍ଗାରୁ କୋର୍ଟ ବସାଇ ଦଣ୍ଡିତ କଲେ ଗାଁ ଲୋକ। ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ବନ୍ଧୁଗାଁ ବ୍ଳକ ଚିଡ଼ି ୱାଲସା ଗାଁରେ । ସଂପର୍କୀୟ ଭାଇ ଭଉଣୀ ବାହା ହେବାରୁ କଙ୍ଗାରୁ କୋର୍ଟରେ ଦଣ୍ଡ ଦେଇଛନ୍ତି ଗାଁ ଲୋକ।
ସୂଚନାନୁସାରେ, ଆଲୋମଣ୍ଡା ଗ୍ରାମ ପଂଚାୟତ ଚିଡି ବାଲସା ଗାଁର ଜଣେ ପୁଅ, ପେଦାଲଡା ଗାଁର ଝିଅକୁ ବିବାହ କରିଥିଲେ । ତେବେ ସେମାନେ ସମ୍ପର୍କୀୟ ଭାଇ ଭଉଣୀ ହୋଇଥିବାରୁ ଗାଁରେ ବସିଥିଲା କଙ୍ଗାରୁ କୋର୍ଟ । ପରମ୍ପରା ଅନୁସାରେ ପୂଜା ପାଠ ପରେ ଉଭୟଙ୍କ ବେକରେ ହଳ ଲଙ୍ଗଳ ପକାଇ ମାଟି ଉପରେ ବୁଲାଇଥିଲେ । ସ୍ଥାନୀୟ ଲୋକଙ୍କ କହିବା କଥା, ହଳ କରିବା ଅର୍ଥ ମାଟି ମାଆକୁ କ୍ଷମା ପ୍ରାର୍ଥନା କରିବା ଏବଂ ନିଜକୁ ଶୁଦ୍ଧି କରିବା । ଏଭଳି ନକଲେ ଅପାଳକ ହେବ ବୋଲି ଗାଁ ଲୋକଙ୍କ ବିଶ୍ବାସ ରହିଛି।
ଗତ କିଛି ଦିନ ଭିତରେ ଏଭଳି ଘଟଣା ୨ୟ ବାର ସାମ୍ନାକୁ ଆସିଲାଣି । କିଛି ଦିନ ତଳେ ରାୟଗଡ଼ାରେ ପିଇସି -ପୁତୁରା ବିବାହ କରିଥିବାରୁ ତାଙ୍କୁ ଲଙ୍ଗଳ ଯୋଟି ହଳ ବୁଲାଇଥିଲେ ଗାଁ ଲୋକ ।




