ବିମାନ ବନ୍ଦରରେ ପୁଣି ବୋମା ଧମକ
ଭୁବନେଶ୍ୱର : ବିସ୍ଫୋରଣ କରି ବିମାନବନ୍ଦର ଉଡ଼ାଇବେବାକୁ ଧମକ । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପୁଣି ବୋମା ଧମକ । ସୋମବାର ରାତିରେ ଭୁବନେଶ୍ବରରୁ ଦିଲ୍ଲୀ ଆଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଧମକ ଆସିଥିଲା । ଫଳରେ ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା ବିମାନ । ଭୁବନେଶ୍ୱର ବିମାନବନ୍ଦରରୁ ଯାତ୍ରୀମାନଙ୍କୁ ନେଇ ଇଣ୍ଡିଗୋ ବିମାନ ୧୭୯ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଗସ୍ତ କରିବାକୁ ରନ୍ୱେକୁ ଯାଉଥିବା ବେଳେ,ବିମାନରେ ବୋମା […]
ଭୁବନେଶ୍ୱର : ବିସ୍ଫୋରଣ କରି ବିମାନବନ୍ଦର ଉଡ଼ାଇବେବାକୁ ଧମକ । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପୁଣି ବୋମା ଧମକ । ସୋମବାର ରାତିରେ ଭୁବନେଶ୍ବରରୁ ଦିଲ୍ଲୀ ଆଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଧମକ ଆସିଥିଲା । ଫଳରେ ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା ବିମାନ ।
ଭୁବନେଶ୍ୱର ବିମାନବନ୍ଦରରୁ ଯାତ୍ରୀମାନଙ୍କୁ ନେଇ ଇଣ୍ଡିଗୋ ବିମାନ ୧୭୯ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଗସ୍ତ କରିବାକୁ ରନ୍ୱେକୁ ଯାଉଥିବା ବେଳେ,ବିମାନରେ ବୋମା ଅଛି ବୋଲି ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ଏହି ଘଟଣା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ସିଆଇଏସ୍ଏଫ କର୍ମଚାରୀ, ବୋମା ନିଷ୍କ୍ରିୟକାରୀ ଦଳ ଓ ପୋଲିସ ଟିମ୍ ପହଞ୍ଚି ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ନାଇ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ । ହେଲେ ବିମାନରୁ କିମ୍ବା ଯାତ୍ରୀଙ୍କ ଠାରୁ ସେଭଳି କୌଣସି ଆପତ୍ତିଜନକ ବିସ୍ଫୋରକ ସାମଗ୍ରୀ ମିଳିନଥିଲା । ଯାଞ୍ଚ ପରେ ବିମାନ ଚଳାଚଳ ସ୍ୱାଭାବିକ ହେବ ବୋଲି ସୂଚନା ମିଳିଛି ।




