ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣାରେ ଆଉଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ବାଂଲାଦେଶୀ ଯୁବତୀ ପ୍ରସଙ୍ଗରେ ଆଉଜଣେ ଦଲାଲ ଗିରଫ । ରାଜଧାନୀରୁ ତୃତୀୟ ଅଭିଯୁକ୍ତକୁ ଗିରଫ କଲା ମଧୁପାଟଣା ପୋଲିସ । ଗିରଫ ଅଭିଯୁକ୍ତ ଝାରପଡା ଅଂଚଳର ସୟଦ ଅବଦୁଲ ସୁଲେମାନ । ଅବଦୁଲ ଜଣେ ଦଲାଲ ଭାବେ ନାଵାଳିକାଙ୍କୁ ଅନୈତିକ କାମରେ ଲଗାଇଥିଲେ ବୋଲି ସୂଚନା ରହିଛି । ସେହିପରି ଏହି ଘଟଣା ସହିତ ଆଉ ୧୦ ଜଣଙ୍କ ସଂପୃକ୍ତି ଥିୂବା ଅନୁମାନ କରୁଛି । ଏହି ଘଟଣାରେ ଗତକାଲି କେଶୁରା,ପାଣ୍ଡରା ସମେତ ଲକ୍ଷ୍ମୀସାଗର […]

Samaya Live Picture
Published On

ଭୁବନେଶ୍ୱର : ବାଂଲାଦେଶୀ ଯୁବତୀ ପ୍ରସଙ୍ଗରେ ଆଉଜଣେ ଦଲାଲ ଗିରଫ । ରାଜଧାନୀରୁ ତୃତୀୟ ଅଭିଯୁକ୍ତକୁ ଗିରଫ କଲା ମଧୁପାଟଣା ପୋଲିସ । ଗିରଫ ଅଭିଯୁକ୍ତ ଝାରପଡା ଅଂଚଳର ସୟଦ ଅବଦୁଲ ସୁଲେମାନ । ଅବଦୁଲ ଜଣେ ଦଲାଲ ଭାବେ ନାଵାଳିକାଙ୍କୁ ଅନୈତିକ କାମରେ ଲଗାଇଥିଲେ ବୋଲି ସୂଚନା ରହିଛି । ସେହିପରି ଏହି ଘଟଣା ସହିତ ଆଉ ୧୦ ଜଣଙ୍କ ସଂପୃକ୍ତି ଥିୂବା ଅନୁମାନ କରୁଛି । ଏହି ଘଟଣାରେ ଗତକାଲି କେଶୁରା,ପାଣ୍ଡରା ସମେତ ଲକ୍ଷ୍ମୀସାଗର ଅଞ୍ଚଳରେ ଚଢ଼ାଉ କରିଥିଲା କମିଶନରେଟ ପୋଲିସ ।

ସୂଚନାନୁସାରେ,ବାଂଲାଦେଶରୁ ୨୦ରୁ ଅଧିକ ଯୁବତୀ ଭୁବନେଶ୍ଵର,କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦେହ ବ୍ୟବସାୟରେ ଲିପ୍ତ ଥିବା ଖବର ପୋଲିସ ପାଇଛି। ଏମାନଙ୍କୁ କିଏ ଏବଂ କେମିତି ଆଣୁଛି , ସେ ସମ୍ପର୍କରେ ପୋଲିସ୍ ଖୋଳତାଡ ଜାରି ରଖିଛି ।

Tags: