ଆହୁରି ୨୪ ଘଣ୍ଟା ବର୍ଷା
ଭୁବନେଶ୍ୱର : ଫସଲ ଅମଳ ସମୟକୁ ପଛକୁ ପଛ ଲାଗି ରହିଛି ଲଘୁଚାପ ବର୍ଷା । ଗତ ସପ୍ତାହରେ ଲଗାତାର ୩ ଦିନ ଧରି ବର୍ଷା ପରେ ୨ ଦିନ ପାଗ ସାମାନ୍ୟ ଶୁଖିଲା ରହିଥିଲା I ଏହାପରେ ପୁଣି ୨୩ ତାରିଖରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ଜାରି ରହିଛି । ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା […]
ଭୁବନେଶ୍ୱର : ଫସଲ ଅମଳ ସମୟକୁ ପଛକୁ ପଛ ଲାଗି ରହିଛି ଲଘୁଚାପ ବର୍ଷା । ଗତ ସପ୍ତାହରେ ଲଗାତାର ୩ ଦିନ ଧରି ବର୍ଷା ପରେ ୨ ଦିନ ପାଗ ସାମାନ୍ୟ ଶୁଖିଲା ରହିଥିଲା I ଏହାପରେ ପୁଣି ୨୩ ତାରିଖରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ଜାରି ରହିଛି । ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।
ଆହୁରି ୨୪ ଘଣ୍ଟା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ। ଆସନ୍ତାକାଲି ଯାଏଁ ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା । ଏନେଇ ବୁଧବାର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । କାଲି ଦକ୍ଷିଣ ଓଡିଶା ସମେତ ଆଭ୍ୟନ୍ତରୀଣରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ୨୬ ତାରିଖ ପରଠାରୁ ବର୍ଷାର ପରିମାଣ କମିବ ।
ସେପଟେ ଆସନ୍ତା ୩ ଘଣ୍ଟା ପାଇଁ ୧୫ ଜିଲାକୁ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲା ଗୁଡିକ ହେଉଛି ଭଦ୍ରକ, ବାଲେଶ୍ୱର, କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, ମୟୁରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ସୋନପୁର, ବୌଦ୍ଧ, ଫୁଲବାଣୀ, କୋରାପୁଟ, ରାୟଗଡାକୁ ପ୍ରବଳ ବର୍ଷା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।




