ଯାଜପୁରରେ ପୁଣି ଜଣେ ୧୦ମ ଶ୍ରେଣୀ ଛାତ୍ରୀ ହେଲେ ମା’

ଯାଜପୁର : ଯାଜପୁର ଜିଲ୍ଲାରୁ ଆସିଛି ଏକ ଲଜ୍ଜାକର ଘଟଣା । ଚିତ୍ରକୋଣ୍ଡା ପରେ ଯାଜପୁରରେ ପୁଣି ଜଣେ ୧୦ମ ଶ୍ରେଣୀ ମାଟ୍ରିକ ପରୀକ୍ଷାର୍ଥୀ ମା’ ହୋଇଥିବା ଖବର ସାମ୍ନାକୁ ଆସିଛି । ଯାଜପୁର ଜିଲ୍ଲା ବରୀ ରାମପୁର ହାଇସ୍କୁଲର ଜନୈକ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମା’ ହୋଇଛନ୍ତି । ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାନୁସାରେ,ଛାତ୍ରୀଜଣକ ଚଳିତ ବର୍ଷ ମାଟ୍ରିକ […]

ଯାଜପୁରରେ ପୁଣି ଜଣେ ୧୦ମ ଶ୍ରେଣୀ ଛାତ୍ରୀ ହେଲେ ମା’
Samaya Live Picture
Published On

ଯାଜପୁର : ଯାଜପୁର ଜିଲ୍ଲାରୁ ଆସିଛି ଏକ ଲଜ୍ଜାକର ଘଟଣା । ଚିତ୍ରକୋଣ୍ଡା ପରେ ଯାଜପୁରରେ ପୁଣି ଜଣେ ୧୦ମ ଶ୍ରେଣୀ ମାଟ୍ରିକ ପରୀକ୍ଷାର୍ଥୀ ମା’ ହୋଇଥିବା ଖବର ସାମ୍ନାକୁ ଆସିଛି । ଯାଜପୁର ଜିଲ୍ଲା ବରୀ ରାମପୁର ହାଇସ୍କୁଲର ଜନୈକ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମା’ ହୋଇଛନ୍ତି । ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାନୁସାରେ,ଛାତ୍ରୀଜଣକ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଥିଲେ। ସେ ଦୁଇଟି ବିଷୟରେ ପରୀକ୍ଷା ଦେବା ପରେ ବୁଧବାର ବିଳମ୍ବିତ ରାତିରେ ନିଜ ପେଟରେ ଯନ୍ତ୍ରଣା ହେଉଛି ବୋଲି ନିଜ ପରିବାର ଲୋକଙ୍କୁ କହିଥିଲେ। ତାଙ୍କୁ ଚିକିତ୍ସା ପାଇଁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ପରୀକ୍ଷାର୍ଥୀ ଜଣକ ସୁସ୍ଥ ହେବା ପରେ ଆଇନର ଆଶ୍ରୟ ନିଆଯିବ ବୋଲି ନାବାଳିକାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି ।

ଦୁଇ ଦିନ ତଳେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟ ପରିସରରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଏକ ଶିଶୁକୁ ଜନ୍ମ ଦେଇଥିବା ଜଣାପଡ଼ିଥିଲା। ଦଶମ ଶ୍ରେଣୀର ଛାତ୍ରୀ ଜଣକ ସୋମବାର ସକାଳେ ପରୀକ୍ଷା ଦେଇ ସ୍କୁଲ ହଷ୍ଟେଲକୁ ଫେରିଥିଲେ। ତେବେ ସନ୍ଧ୍ୟା ସମୟରେ ସମ୍ପୃକ୍ତ ଛାତ୍ରୀଙ୍କ ବାପାଙ୍କୁ ହଷ୍ଟେଲ କର୍ତ୍ତୃପକ୍ଷ ଫୋନ କରି ଡକାଇଥିଲେ । ଛାତ୍ରୀଙ୍କ ବାପା-ମା’ ସେଠାରେ ପହଞ୍ଚିବା ପରେ ତାଙ୍କ ଝିଅ ଏକ ଶିଶୁକୁ ଜନ୍ମ ଦେଇଥିବା ଦେଖିବାକୁ ପାଇଥିଲେ । ପରେ ମା’-ଛୁଆକୁ ପରିବାରଲୋକ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ତେବେ ସ୍କୁଲ ଚାରିକାନ୍ଥ ଭିତରେ ଏତେ ବଡ଼ ଘଟଣା କିପରି ଘଟିଲା, ଛାତ୍ରୀ ଜଣକ କିପରି ହେଲେ ଗର୍ଭବତୀ? ସେନେଇ ପ୍ରଶ୍ନବାଚୀ ଉଠିଥିଲା । ଏନେଇ ଛାତ୍ରୀଙ୍କ ବାପା ମା ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ।

ଅନ୍ୟପଟେ ଏହି ଘଟଣାରେ ମାଟ୍ରନ ସୁଚିତ୍ରା ଚର୍ଚ୍ଚି ବହିଷ୍କୃତ ହୋଇଥିବା ବେଳେ ଏଏନ୍‌ଏମ୍‌ କବିତା କୁମାରୀ ପାତ୍ର ନିଲମ୍ବିତ ହୋଇଥିଲେ। ଏହାଛଡ଼ା ସମ୍ପୃକ୍ତ ଜଣେ ଯୁବକଙ୍କୁ ଚିତ୍ରକୋଣ୍ଡା ପୋଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ହେଲେ ଶିକ୍ଷାର ମନ୍ଦିର କୁହାଯାଉଥିବା ସ୍କୁଲ ଚାରି କାନ୍ଥ ଭିତରେ ବାରମ୍ବାର ଏହିଭଳି ଲଜ୍ୟା ଜନକ ଘଟଣା କେମିତି ଘଟୁଛି ତାକୁ ନେଇ ଉଠିଛି ପ୍ରଶ୍ନ ।

 

 

 

Tags: