ବିଜେଡି ର ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡି ପଞ୍ଚମ ପାଳି ପ୍ରାର୍ଥୀ ତାଲିକା ଘୋଷଣା କରିଛି I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ମଧ୍ୟ ଦୁଇଟି ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ। ହିଞ୍ଜିଳି ସହ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ମଧ୍ୟ ନିର୍ବାଚନ ଲଢିବେ। ସେହିପରି ସମ୍ବଲପୁର ଓ ରେଢ଼ାଖୋଲର ପ୍ରାର୍ଥୀ ବଦଳିଛନ୍ତି I ସମ୍ବଲପୁର ବଦଳରେ ରେଢ଼ାଖୋଲ ରୁ ପ୍ରାର୍ଥୀ ହେବେ ପ୍ରସନ୍ନ ଆଚାର୍ଯ୍ୟ I ଅନ୍ୟପଟେ ସମ୍ବଲପୁରରୁ ପ୍ରାର୍ଥୀ ହେବେ ରୋହିତ ପୂଜାରୀ I […]

Samaya Live Picture
Published On

ଭୁବନେଶ୍ୱର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡି ପଞ୍ଚମ ପାଳି ପ୍ରାର୍ଥୀ ତାଲିକା ଘୋଷଣା କରିଛି I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ମଧ୍ୟ ଦୁଇଟି ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ। ହିଞ୍ଜିଳି ସହ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ମଧ୍ୟ ନିର୍ବାଚନ ଲଢିବେ। ସେହିପରି ସମ୍ବଲପୁର ଓ ରେଢ଼ାଖୋଲର ପ୍ରାର୍ଥୀ ବଦଳିଛନ୍ତି I ସମ୍ବଲପୁର ବଦଳରେ ରେଢ଼ାଖୋଲ ରୁ ପ୍ରାର୍ଥୀ ହେବେ ପ୍ରସନ୍ନ ଆଚାର୍ଯ୍ୟ I ଅନ୍ୟପଟେ ସମ୍ବଲପୁରରୁ ପ୍ରାର୍ଥୀ ହେବେ ରୋହିତ ପୂଜାରୀ I

ଏହାସହିତ ଚିତ୍ରକୋଣ୍ତା – ଲଢ଼ିବେ ଲକ୍ଷ୍ମୀପ୍ରିୟା ନାୟକ ,ପଦ୍ମପୁରରୁ – ବର୍ଷା ସିଂ ବରିହା, କୁଚିଣ୍ଡା-ରାଜେନ୍ଦ୍ର ଛତ୍ରିଆ, ଦେବଗଡ଼- ଅରୁନ୍ଧତୀ ଦେବୀ, ଅନୁଗୁଳ-ସଂଯୁକ୍ତା ସିଂହ, ନିମାପଡ଼ା- ଦିଲୀପ ନାୟକ, ସାନଖେମୁଣ୍ଡି- ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଜୟପୁର- ଇନ୍ଦିରା ନନ୍ଦ ପ୍ରାର୍ଥୀ ହୋଇଛନ୍ତି I

ସୂଚନାଯୋଗ୍ୟ ବିଜେଡି ବର୍ତ୍ତମାନ ସୁଦ୍ଧା ସମସ୍ତ ୨୧ ଲୋକସଭା ଓ ୧୨୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ତେବେ ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ଆଉ ୨୧ ବିଧାନସଭା ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା ହୋଇନାହିଁ।

ତେବେ ଚଳିତ ବିଧାନସଭା ଆସନରେ ପଶ୍ଚିମ ଓଡିଶାରୁ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ I କଣ୍ଟାବାଞ୍ଜିରୁ ନବୀନଙ୍କ ବିପକ୍ଷରେ ରହିବେ କଂଗ୍ରେସ ହେଭିୱେଟ୍ ସନ୍ତୋଷ ସିଂ ସାଲୁଜା ଓ ବିଜେପିରୁ ଲକ୍ଷ୍ମଣ ବାଗ ।

Tags: