ଶିଶୁ ବିକ୍ରି ଘଟଣାରେ ଏଏନଏମ ନିଲମ୍ବିତ

ବଲାଙ୍ଗୀର : ପାଟଣାଗଡ଼ ନବଜାତ ଶିଶୁକନ୍ୟା ବିକ୍ରି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ । ଶିଶୁବିକ୍ରି ଘଟଣାରେ ସମ୍ପୃକ୍ତି ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏଏନଏମ ମମତା ଭୋଇଙ୍କୁ ସସ୍ପେଣ୍ଡ କରାଯାଇଛି । ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ । ତଦନ୍ତ ପରେ ଏଏନଏମ ମମତା ଭୋଇ ଶିଶୁ କନ୍ୟାକୁ ଜଣେ ଅଣଓଡ଼ିଆ ଦମ୍ପତିଙ୍କୁ ଦେଇ ଦେଇଥିବା ଜଣାପଡ଼ିଥିଲା । ଏହା ପରେ ସିଡିଏମଓ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ସୁନାମୁଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ […]

Samaya Live Picture
Published On

ବଲାଙ୍ଗୀର : ପାଟଣାଗଡ଼ ନବଜାତ ଶିଶୁକନ୍ୟା ବିକ୍ରି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ । ଶିଶୁବିକ୍ରି ଘଟଣାରେ ସମ୍ପୃକ୍ତି ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏଏନଏମ ମମତା ଭୋଇଙ୍କୁ ସସ୍ପେଣ୍ଡ କରାଯାଇଛି । ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ । ତଦନ୍ତ ପରେ ଏଏନଏମ ମମତା ଭୋଇ ଶିଶୁ କନ୍ୟାକୁ ଜଣେ ଅଣଓଡ଼ିଆ ଦମ୍ପତିଙ୍କୁ ଦେଇ ଦେଇଥିବା ଜଣାପଡ଼ିଥିଲା । ଏହା ପରେ ସିଡିଏମଓ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ସୁନାମୁଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏଏନଏମ୍ ମମତା ଭୋଇଙ୍କୁ ନିଲମ୍ବନ କରିଛନ୍ତି ।

ଘଟନାନୁସାରେ,ଗତ ନଭେମ୍ବର ୨ ତାରିଖରେ ସୁନାମୁଦି ଉପ ସ୍ଵାସ୍ଥ୍ୟକେନ୍ଦ୍ରରେ କରୁଆଁଝର ପଞ୍ଚାୟତର ସାନଗୁର୍ଜିଭଟା ଗାଁର ଅରୁଣାବତୀ ନାଗ ଏକ ସୁସ୍ଥ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଶିଶୁ କନ୍ୟାକୁ ନେଇ ସେ ଡାକ୍ତରଖାନାରୁ ଘରକୁ ଆସିଥିଲେ । ଏହା ପରେ ଗାଁର ଆଶା କର୍ମୀ ମା ଓ ଶିଶୁର ଅବସ୍ଥା ନିରୀକ୍ଷଣ ପାଇଁ ଅରୁଣାଙ୍କ ଘରକୁ ଯାଇଥିବାବେଳେ ଶିଶୁ କନ୍ୟାକୁ ପାଇ ନ ଥିଲେ । ଶିଶୁ ବିଷୟରେ ସନ୍ତୋଷ ଜନକ ଉତ୍ତର ତାଙ୍କ ପରିବାର ନିକଟରୁ ପାଇନଥିଲେ ଆଶାକର୍ମୀ । ତେବେ ଶିଶୁ କନ୍ୟାକୁ ଅନ୍ୟ କାହା ହାତରେ ବିକ୍ରି କରିଦେଇଥିବା ସନ୍ଦେହ କରି ଶିଶୁ ସୁରକ୍ଷା ଅଧିକାରୀ ଏବଂ ପୁଲିସକୁ ସୂଚନା ଦେଇଥିଲେ ଆଶାକର୍ମୀ ।

ଲାଠୋର ପୋଲିସ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ତଦନ୍ତ କରିଥିଲେ । ଘଟଣାର ପରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିଜେ ସାନଗୁର୍ଜିଭଟା ଗାଁରେ ପହଁଚି ମାମଲାର ଅନୁଧ୍ୟାନ କରିଥିଲେ । ଘଟଣାର ସତ୍ୟାସତ୍ୟ ପାଇଁ ତଦନ୍ତ ନିର୍ଦେଶ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ I ତେବେ ଶିଶୁ କନ୍ୟାର ମା’ଅରୁଣାବତୀଙ୍କର ପୂର୍ବରୁ ଆଉ ଜଣେ ଝିଅ ଥିବାବେଳେ ଶିଶୁ କନ୍ୟାକୁ ପାଳିବାକୁ ଅସମର୍ଥ ଥିବାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ହାତକୁ ଟେକିଦେଇଥିବା ନିଜେ ସ୍ୱୀକାର କରିଥିଲେ ଅରୁଣାବତୀ ।

Tags: