ନନ୍ଦନକାନନରେ ଜନ୍ତୁ ଅଦଳବଦଳ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବନ୍ୟପ୍ରାଣୀ ଅଦଳବଦଳ ହୋଇଛି । ହାଇଦ୍ରାବାଦ ନେହେରୁ ଜୁ ଲୋଜିକାଲ ଚିଡ଼ିଆଖାନା ସହ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆରମ୍ଭ ହୋଇଛି ଜନ୍ତୁ ଅଦଳବଦଳ ପ୍ରକ୍ରିୟା । ଏହି କ୍ରମରେ ହାଇଦ୍ରାବାଦ ନେହରୁ ଚିଡ଼ିଆଖାନାରୁ ୧୭ଜଣିଆ ଏକ ଦଳ ୨୬ଟି ଜନ୍ତୁ ନେଇ ନନ୍ଦନକାନନ ଆସିଛନ୍ତି । ଆସିଥିବା ଜନ୍ତୁ ମଧ୍ୟରେ ହଳେ ଚାମୁଚ ଥଣ୍ଟିଆ, ସାରସ, ଧୂସର ଜଙ୍ଗଲୀ କୁକୁଡ଼ା, ୨ମାଈ ଇଗୁଆନା, ୨ହଳ ବରବେରୀ କପୋତ, ୨ହଳ କୁଜି […]

Samaya Live Picture
Published On

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବନ୍ୟପ୍ରାଣୀ ଅଦଳବଦଳ ହୋଇଛି । ହାଇଦ୍ରାବାଦ ନେହେରୁ ଜୁ ଲୋଜିକାଲ ଚିଡ଼ିଆଖାନା ସହ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆରମ୍ଭ ହୋଇଛି ଜନ୍ତୁ ଅଦଳବଦଳ ପ୍ରକ୍ରିୟା । ଏହି କ୍ରମରେ ହାଇଦ୍ରାବାଦ ନେହରୁ ଚିଡ଼ିଆଖାନାରୁ ୧୭ଜଣିଆ ଏକ ଦଳ ୨୬ଟି ଜନ୍ତୁ ନେଇ ନନ୍ଦନକାନନ ଆସିଛନ୍ତି ।

ଆସିଥିବା ଜନ୍ତୁ ମଧ୍ୟରେ ହଳେ ଚାମୁଚ ଥଣ୍ଟିଆ, ସାରସ, ଧୂସର ଜଙ୍ଗଲୀ କୁକୁଡ଼ା, ୨ମାଈ ଇଗୁଆନା, ୨ହଳ ବରବେରୀ କପୋତ, ୨ହଳ କୁଜି ହରିଣ, ହଳେ ଗୁରାଣ୍ଡି, ହଳେ ବାଲି ବୋଡ଼ା ସାପ, ହଳେ ଚନ୍ଦନ ବୋଡ଼ା, ହଳେ ନାଲି ଦୋମୁଣ୍ଡିଆ ବୋଡ଼ା, ୨ ଅଣ୍ଡିରା ବନେଟ ମାଙ୍କଡ଼ ଅଛନ୍ତି।

ପ୍ରତିବଦଳରେ ନନ୍ଦନକାନନରୁ ୫ପ୍ରଜାତିର ୧୩ଜନ୍ତୁ ପଠାଯିବ । ସେଗୁଡ଼ିକ ମଧ୍ୟରେ ଗୋଟିଏ ଅଣ୍ଡିରା ଓ ୨ଟି ମାଈ ସିଆମିଜ କୁମ୍ଭୀର, ଦୁଇହଳ ସୁନେଲି କୁକ୍କୁଟ, ହଳେ ଲେଡି ଆର୍ମରେଷ୍ଟ କୁକ୍କୁଟ, ହଳେ କୁଜି ହରିଣ, ହଳେ ଗୁରାଣ୍ଡି ଆଜି ପଠାଯିବ। ଏହି ୨୬ଜନ୍ତୁ ଆସିବା ପରେ ନନ୍ଦନକାନନରେ ନୂତନ ଧୂସର ଜଙ୍ଗଲୀ କୁକୁଡାଙ୍କ ପକ୍ଷୀଶାଳରେ ଶୋଭା ବଢ଼ିବା ସହ ବଂଶବୃଦ୍ଧିରେ ସହାୟକ ହେବ ବୋଲି ନନ୍ଦନକାନନ ଉପନିର୍ଦେଶକ ସନତ କୁମାର ନାରାୟଣ କହିଛନ୍ତି।

ଏହି ୧୧ପ୍ରଜାତିର ୨୬ଜନ୍ତୁ ପ୍ରାଣୀଉଦ୍ୟାନରେ ପହଞ୍ଚିବା ପରେ ସେମାନଙ୍କୁ ବନ୍ୟପ୍ରାଣୀ ଚିକିତ୍ସାଳୟର ନୂତନ କ୍ବାରେଣ୍ଟାଇନରେ ରଖାଯାଇ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ପରବର୍ତ୍ତୀ ସମୟରେ ସେମାନଙ୍କୁ ଖୁଆଡରେ ଛଡ଼ାଯିବ। ଦ୍ବିତୀୟ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ହାଇଦରାବାଦରୁ ୨ମାଈ ବନେଟ ମାକାକ୍ୟୁ ଆସିବ। ପ୍ରତିବଦଳରେ ନନ୍ଦନକାନନରୁ ଦୁଇହଳ ଗେଣ୍ଡାଳିଆ ଓ ଦୁଇହଳ ଆସାମୀ ମାକାକ୍ୟୁ ପଠାଯିବ ବୋଲି ଉପନିର୍ଦେଶକ ଶ୍ରୀ ନାରାୟଣ ସୂଚନା ଦେଇଛନ୍ତି ।

Tags: