ଅନୁଗୁଳ ଅଧିକ ପ୍ରଦୂଷିତ ସହର

ଭୁବନେଶ୍ୱର : ଶୀତଦିନ ଆରମ୍ଭ ହେଉଣୁ ବଢିଚାଲିଛି ବାୟୁ ପ୍ରଦୂଷଣ । ଏହି ତାଲିକାରେ ଯୋଡିହେଲା ରାଜ୍ୟ । ଦେଶର ୬ ପ୍ରମୁଖ ପ୍ରଦୂଷିତ ସହର ଭିତରେ ରହିଛି ଓଡିଶାର ଦୁଇ ସହର । ଏହି ଲିଷ୍ଟରେ ରହିଛି ଅନୁଗୁଳ ଏବଂ ତାଳଚେର । ଅନୁଗୁଳରେ AQI ୩୨୩ ରହିଥିବା ବେଳେ ଦେଶର ଚତୁର୍ଥ ପ୍ରଦୂଷିତ ସହର ବୋଲି ଜଣାପଡିଛି । ଦୁଇ ସହରରେ ବାୟୁର ମାନ ଅତି ଖରାପ ସ୍ତରରେ ରହିଥିବା କୁହାଯାଉଛି । କେନ୍ଦ୍ର […]

Samaya Live Picture
Published On

ଭୁବନେଶ୍ୱର : ଶୀତଦିନ ଆରମ୍ଭ ହେଉଣୁ ବଢିଚାଲିଛି ବାୟୁ ପ୍ରଦୂଷଣ । ଏହି ତାଲିକାରେ ଯୋଡିହେଲା ରାଜ୍ୟ । ଦେଶର ୬ ପ୍ରମୁଖ ପ୍ରଦୂଷିତ ସହର ଭିତରେ ରହିଛି ଓଡିଶାର ଦୁଇ ସହର । ଏହି ଲିଷ୍ଟରେ ରହିଛି ଅନୁଗୁଳ ଏବଂ ତାଳଚେର । ଅନୁଗୁଳରେ AQI ୩୨୩ ରହିଥିବା ବେଳେ ଦେଶର ଚତୁର୍ଥ ପ୍ରଦୂଷିତ ସହର ବୋଲି ଜଣାପଡିଛି । ଦୁଇ ସହରରେ ବାୟୁର ମାନ ଅତି ଖରାପ ସ୍ତରରେ ରହିଥିବା କୁହାଯାଉଛି । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏଭଳି ଚିନ୍ତାଜନକ ତଥ୍ୟ ପ୍ରଦାନ କରାଯାଇଛି ।

ଓଡ଼ିଶାର ସବୁଠୁ ପ୍ରଦୂଷିତ ସହର ମଧ୍ୟରେ ରହିଛି ଅନୁଗୁଳ । ଏଠାକାର ବାୟୁ ଗୁଣାବତ୍ତା ୩୩୨ ରେକର୍ଡ କରାଯାଇଛି । ସେହିପରି ଅଗରତାଲାରେ ୩୧୫,ଅମ୍ରିତସରରେ ୨୭୦ , ଆସାନସୋଲରେ ୧୯୬,ଅଙ୍କଲେଶ୍ବରରେ ୧୧୭ , ଅହମ୍ମଦାବାଦରେ ୧୧୧ ଏବଂ ଅମରାବତୀରେ ୭୯ ରହିଛି ବାୟୁଗୁଣାବତ୍ତା । ଯଦି ଦେଖିବା ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣାବତ୍ତା ୧୬୫ ରହଥିବା ବେଳେ ଅନୁଗୁଳରେ AQI ୩୩୨ ରହିଛି । ଯାହାକି ଏକ ପ୍ରକାର ଚିନ୍ତାର ବିଷୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ବାୟୁ ଗୁଣାବତ୍ତା ହ୍ରାସ ସ୍ତରରେ ଓଡିଶା ରେକର୍ଡ କରିବାରେ ଲାଗିଛି । ଓଡିଶାର ୭ ସହରର ବାୟୁଗୁଣାବତ୍ତା ଖରାପ ସ୍ତରକୁ ଗତି କରୁଛି ।

Tags: