ପୁରସ୍କୃତ ହେବେ ଅଙ୍ଗନବାଡି କର୍ମଚାରୀ ଏବଂ ସହାୟିକା

ଭୁବନେଶ୍ୱର: ସୁଭଦ୍ରା ପାଇଁ ଅଙ୍ଗବାଡ଼ି କର୍ମୀଙ୍କୁ ମିଳିବ ପୁରସ୍କାର । ଅଙ୍ଗନବାଡ଼ି କର୍ମୀଙ୍କୁ ୧୫୦୦ ଯଙ୍କାର ପୁରସ୍କାର ମିଳିବ । ସହାୟିକାଙ୍କୁ ମିଳିବ ୫୦୦ ଟଙ୍କାର ପୁରସ୍କାରୁ ମଧ୍ୟ ମିଳିବ । ସୁଭଦ୍ରା ଯୋଜନା ଘରେ ଘରେ ପହଞ୍ଚାଇଥିବାରୁ ପୁରସ୍କୃତ କରାଯିବ । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଏହା ସହ ଉପମୁଖ୍ୟମନ୍ତ୍ରୀ ୭ ତାରିଖ ସନ୍ଧ୍ୟାରେ ଦୀପ ଜାଳିବାକୁ କହିଛନ୍ତି । ସୁଭଦ୍ରା ସଂଖ୍ୟା କୋଟିଏ ଟପିଥିବାରୁ ୭ ତାରିଖ […]

Samaya Live Picture
Published On

ଭୁବନେଶ୍ୱର: ସୁଭଦ୍ରା ପାଇଁ ଅଙ୍ଗବାଡ଼ି କର୍ମୀଙ୍କୁ ମିଳିବ ପୁରସ୍କାର । ଅଙ୍ଗନବାଡ଼ି କର୍ମୀଙ୍କୁ ୧୫୦୦ ଯଙ୍କାର ପୁରସ୍କାର ମିଳିବ । ସହାୟିକାଙ୍କୁ ମିଳିବ ୫୦୦ ଟଙ୍କାର ପୁରସ୍କାରୁ ମଧ୍ୟ ମିଳିବ । ସୁଭଦ୍ରା ଯୋଜନା ଘରେ ଘରେ ପହଞ୍ଚାଇଥିବାରୁ ପୁରସ୍କୃତ କରାଯିବ । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଏହା ସହ ଉପମୁଖ୍ୟମନ୍ତ୍ରୀ ୭ ତାରିଖ ସନ୍ଧ୍ୟାରେ ଦୀପ ଜାଳିବାକୁ କହିଛନ୍ତି । ସୁଭଦ୍ରା ସଂଖ୍ୟା କୋଟିଏ ଟପିଥିବାରୁ ୭ ତାରିଖ ସନ୍ଧ୍ୟାରେ ଯାହା ଘରେ ଯେତିକି ଜଣ ସୁଭଦ୍ରା ହିତାଧିକାରୀ ଥିବେ ସେତିକି ଦୀପ ଜାଳିବାକୁ କହିଛନ୍ତି । ୭ ତାରିଖ ସନ୍ଧ୍ୟାରେ ଦୀପ ଜାଳିଲେ ୮ ତାରିଖରେ ଟଙ୍କା ଆସିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଲକ୍ଷପତି ଦିଦି ସୃଷ୍ଟି କରିବା ଲକ୍ଷ ରଖିଛନ୍ତି ସରକାର । ପ୍ରତି ଗାଁରେ ୫ ଜଣ ଲେଖାଏଁ ଲକ୍ଷପତି ଦିଦି ସୃଷ୍ଟି ହେବେ ।

ଗୁରୁବାର ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି। ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ଆଜି ୨ ଲକ୍ଷ ୩୦ ହଜାରରୁ ଉର୍ଧ୍ଵ ମହିଳାଙ୍କ ଆକାଉଣ୍ଟକୁ ଆସିଛି ଟଙ୍କା । ଏହା ସହ ୮ ତାରିଖରେ ଗୋଟିଏ ପର୍ଯ୍ୟାୟରେ ସମସ୍ତଙ୍କୁ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା । ଗୋଟିଏ ଦିନରେ ୫ ହଜାର କୋଟି ଟଙ୍କା ସରକାର ପ୍ରଦାନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବ୍ରହ୍ମପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୨ୟ କିସ୍ତି ଟଙ୍କା ପ୍ରଦାନ କରାଯିବ।

Tags: