ଆନ୍ଧ୍ର ପ୍ରଦେଶ ଖଣି ବିସ୍ଫୋରଣରେ ମୃତ ଓଡ଼ିଆଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆନ୍ଧ୍ରରେ ଗ୍ରାନାଇଟ୍ ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୯ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ହୋଇଥିବା ବେଳେ ବାକି ଦୁଇ ଜଣ ଗଜପତି ମୋହନା ଅଞ୍ଚଳର। ମୂଲ ଲାଗିବାକୁ ଯାଇଥିବା ବେଳେ ପରିବାର ଲୋକଙ୍କୁ ମିଳଛି ମୃତ୍ୟୁ ଖବର। ଆନ୍ଧ୍ର ପ୍ରଦେଶ ବାପତଲା ଜିଲ୍ଲା ବାଲିକୁରୁଭା ନିକଟରେ ଗ୍ରାନାଇଟ୍ ଖଣିରେ ଘଟିଛି ବଡ଼ ଅଘଟଣ। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର […]

ଆନ୍ଧ୍ର ପ୍ରଦେଶ ଖଣି ବିସ୍ଫୋରଣରେ ମୃତ ଓଡ଼ିଆଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Samaya Live Picture
Published On

ଭୁବନେଶ୍ୱର : ଆନ୍ଧ୍ରରେ ଗ୍ରାନାଇଟ୍ ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୯ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ହୋଇଥିବା ବେଳେ ବାକି ଦୁଇ ଜଣ ଗଜପତି ମୋହନା ଅଞ୍ଚଳର। ମୂଲ ଲାଗିବାକୁ ଯାଇଥିବା ବେଳେ ପରିବାର ଲୋକଙ୍କୁ ମିଳଛି ମୃତ୍ୟୁ ଖବର। ଆନ୍ଧ୍ର ପ୍ରଦେଶ ବାପତଲା ଜିଲ୍ଲା ବାଲିକୁରୁଭା ନିକଟରେ ଗ୍ରାନାଇଟ୍ ଖଣିରେ ଘଟିଛି ବଡ଼ ଅଘଟଣ। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସହାୟତା ରାଶି ଘୋଷଣା କରିଛନ୍ତି। ଓଡିଶାରୁ ପ୍ରାଣ ହରାଇଥିବା ସମସ୍ତ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ୪ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି।

ସୂଚନାନୁସାରେ, ଆନ୍ଧ୍ରପ୍ରଦେଶର ଏକ ଗ୍ରାନାଇଟ୍ ଖଣିରେ ବିସ୍ଫୋରଣେ ବେଳେ ୯ ଜଣ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ବ୍ଲାଷ୍ଟିଂ ବେଳେ ଶ୍ରମିକଙ୍କ ଉପରେ ଖସି ପଡିଥିଲା ପଥର ଖଣ୍ଡ। ଘଟଣା ସ୍ଥଳରେ ୧୮ ଜଣ କାମ କରୁଥିଲେ। ଏମାନଙ୍କ ମଧ୍ୟରୁ ଓଡ଼ିଶାର ୯ ଜଣ ଥିଲେ I ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଏବଂ ଗଜପତି ଜିଲ୍ଲା ମୋହନା ଅଞ୍ଚଳ ୨ ଜଣ ଥିବାବେଳେ, ଦିଗପହଣ୍ଡି ଚଷାନିମଖଣ୍ଡି, କୁରୁବୁଲି, ସିଂଧବା ଗାଁର ୭ ଜଣଙ୍କ ଜୀବନ ଯାଇଛି।

Tags: