ଆଉ ୨୦୦ ମୋ ବସ ସେବା ଯୋଗାଇଦେବେ ରାଜ୍ୟ ସରକାର

ଭୁବନେଶ୍ୱର : ଜୁଲାଇ ଶେଷ ସୁଦ୍ଧା ରାଜ୍ୟରେ ଗଡିବ ଆଉ ୨୦୦ ‘ମୋ ବସ୍‍’ I ବର୍ତ୍ତମାନ ସୁଦ୍ଧା ରାଜଧାନୀ ଏବଂ ଏହାର ଆଖ ପାଖରେ ୨୦୦ ରୁ ବଢି ୪୦୫ ଖଣ୍ଡ ମୋ ବସ ଗଡୁଥିବାବେଳେ ଜୁଲାଇ ଶେଷ ସୁଦ୍ଧା ଆଉ ୨୦୦ ଖଣ୍ଡ ମୋ ବସ ଜଣ ସାଧାରଣକୁ ସେବା ଯୋଗାଇ ଦେବେ I ଏହି ନୂଆ ୨୦୦ ବସ ଗୁଡିକ ହେବ ବ୍ୟାଟେରୀ ଚାଳିତ I ଏହାକୁ ମିଶାଇ ରାଜ୍ୟରେ ମୋଟ ୬୦୫ […]

Samaya Live Picture
Published On

ଭୁବନେଶ୍ୱର : ଜୁଲାଇ ଶେଷ ସୁଦ୍ଧା ରାଜ୍ୟରେ ଗଡିବ ଆଉ ୨୦୦ ‘ମୋ ବସ୍‍’ I ବର୍ତ୍ତମାନ ସୁଦ୍ଧା ରାଜଧାନୀ ଏବଂ ଏହାର ଆଖ ପାଖରେ ୨୦୦ ରୁ ବଢି ୪୦୫ ଖଣ୍ଡ ମୋ ବସ ଗଡୁଥିବାବେଳେ ଜୁଲାଇ ଶେଷ ସୁଦ୍ଧା ଆଉ ୨୦୦ ଖଣ୍ଡ ମୋ ବସ ଜଣ ସାଧାରଣକୁ ସେବା ଯୋଗାଇ ଦେବେ I ଏହି ନୂଆ ୨୦୦ ବସ ଗୁଡିକ ହେବ ବ୍ୟାଟେରୀ ଚାଳିତ I ଏହାକୁ ମିଶାଇ ରାଜ୍ୟରେ ମୋଟ ୬୦୫ ଖଣ୍ଡ ମୋ ବସ ସେବା ଯୋଗାଇ ଦେବ Iଏ ନେଇ ମୋ ବସ୍‍ ପରିଚାଳନା ସଂସ୍ଥା – କ୍ରୁଟ୍‍ ପକ୍ଷରୁ ସୂଚନା ମିଳିଛି । ପ୍ରଦୂଷଣକୁ ରୋକିବାପାଇଁ ଭୁବନେଶ୍ୱରରେ ଚାଲୁଥିବା ସମସ୍ତ ମୋ ବସ୍‍କୁ ବ୍ୟାଟେରୀଚାଳିତ ବସ୍‍ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ।

କଟକ, ପୁରୀ, ଖୋର୍ଦ୍ଧା ଏବଂ ରାଉରକେଲାରେ ମୋ ବସ୍‍ ସେବା ଚାଲିଥିବାବେଳେ ଖୁବ୍‍ ଶୀଘ୍ର ବ୍ରହ୍ମପୁର ଏବଂ ସମ୍ବଲପୁରରେ ଏହି ବସ୍‍ ସେବା ଚାଲିବାପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଛି । ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ୪୦୫ଟି ମୋ ବସ୍‍ ଚାଲିଛି ଏବଂ ଦୈନିକ ୨ ଲକ୍ଷ ୧୫ ହଜାର ଯାତ୍ରୀ ଏହି ବସ୍‍ ସେବା ବ୍ୟବହାର କରିଥା’ନ୍ତି ।

ପ୍ରଥମ ଥର ପାଇଁ କ୍ରୁଟ୍‌ ଏମ୍‌ଡି ଅରୁଣ ବୋଥ୍ରା ଟ୍ବିଟର୍‌ରେ ‘ମୋ ବସ୍‌’ ବ୍ୟବହାରକାରୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ପ୍ରାୟ ଦେଢ଼ଘଣ୍ଟାର ଆଲୋଚନାରେ ୫୦ରୁ ଊର୍ଦ୍ଧ୍ବ ପ୍ରଶ୍ନର ସେ ଉତ୍ତର ରଖିଥିବା ବେଳେ ୧୨ଟି ପ୍ରସ୍ତାବ ଗ୍ରହଣ କରିଛନ୍ତି। ଏହି ଲାଇଭ୍‌ କାର୍ଯ୍ୟକ୍ରମରେ ୮୦୬ ଜଣ ଅଂଶଗ୍ରହଣ କରିଥିଲେ। ଏଥିରେ ଭାଗ ନେଇଥିବା ପ୍ରତ୍ୟେକ ବେଶ୍‌ ଉତ୍ସାହିତ ଥିବା ଦେଖାଯାଇଥିଲା। ଏଭଳି ଏକ କାର୍ଯ୍ୟକ୍ରମ ନିୟମିତ ବ୍ୟବଧାନରେ କରିବା ପାଇଁ ସମସ୍ତେ ଅନୁରୋଧ କରିବା ସହ ଶ୍ରୀ ବୋଥ୍ରା ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଆଜି ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବାହା‌ରେ ଛିଡ଼ା କରି ଟିକେଟ୍‌ କାଟିବା, ୟୁପିଆଇ ପେମେଣ୍ଟ ଗ୍ରହଣ କରିବା, ଭିଡ଼ କମାଇବା ଓ ଅପହଞ୍ଚ ଅଞ୍ଚଳରେ ମୋ ବସ୍‌ ଗଡ଼ାଇବା ପ୍ରସଙ୍ଗ‌ରେ ଆଲୋଚନା ହେବା ସହ ଆଗକୁ ଏହା ଉପରେ ପଦକ୍ଷେପ ନିଆଯିବାକୁ ଯୋଜନା ରହିଥିବା ସେ ସୂଚନା ଦେଇଥିଲେ ।

ଏହା ବାଦ ସେ କହିଥିଲେ ଲାଭ ଲକ୍ଷ୍ୟରେ ନୁହେଁ ବରଂ ସେବା ଲକ୍ଷ୍ୟରେ ମୋ ବସ୍‌ ଚାଲିଛି। ଲଗାତାର ଏହି ସେବା ପାଇଁ କ୍ରୁଟ୍‌ ୟୁଏମ୍‌ଆଇ ପୁରସ୍କାର ଜିତିଛି । ଭୁବନେଶ୍ବରରେ ସମସ୍ତ ବସ୍‌କୁ ଇ-ବସ୍‌ କରିବା ପାଇଁ ଲକ୍ଷ୍ୟ ରହିଛି। ଫଳରେ ପ୍ରଦୂଷଣ ହେବ ନାହିଁ। ‌କଟକ, ପୁରୀ, ଖୋର୍ଦ୍ଧା, ରାଉରକେଲାକୁ ମୋ ବସ୍‌ ଚାଲୁଛି। ଖୁବ୍‌ଶୀଘ୍ର ବ୍ରହ୍ମପୁର ଓ ସମ୍ବଲପୁରରେ ଚାଲିବା ପାଇଁ ଯୋଜନା ହେଉଛି। ଏବେ ଦୈନିକ ୨.୧୬ ଲକ୍ଷ ଯାତ୍ରୀ ମୋ ବସ୍‌ ବ୍ୟବହାର କରୁଛନ୍ତି। ଆଗକୁ ଏହି ସଂଖ୍ୟା ମଧ୍ୟ ବଢ଼ିବ ବୋଲି ସେ ଆଶା କରିଛନ୍ତି।

Tags: