ପୁଣି ଏକ ଅଘଟଣ ଏକ୍ସପ୍ରେସ ଟ୍ରେନରେ ଧୂଆଁ
ବ୍ରହ୍ମପୁର : ଆଜି ବ୍ରହ୍ମପୁର ଷ୍ଟେସନ ରେ ଛିଡା ହୋଇଥିବାବେଳେ ସିକନ୍ଦରାବାଦ୍-ଅଗରତାଲା ଏକ୍ସପ୍ରେସରେ ଧୂଆଁ ବାହାରୁଥିବା ଦେଖାଯାଇଥିଲା I ବି-୫ ବଗିରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ମାନେ ଭୟଭୀତ ହୋଇ ଓହ୍ଲାଇ ପଡ଼ିଛନ୍ତି। ତେବେ ଘଟଣାର ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଯାତ୍ରୀମାନେ ଟ୍ରେନ ରେ ଚଢ଼ିବାକୁ ଅମଙ୍ଗ ହେଉଥିବା ଦେଖାଯାଇଥିଲା I କେତେକ ଯାତ୍ରୀ ଯାତ୍ରୀମାନେ ବଗି ବଦଳାଇବା ପାଇଁ ଦାବି କରିଥିଲେ । ଯଦି ରାତି […]
ବ୍ରହ୍ମପୁର : ଆଜି ବ୍ରହ୍ମପୁର ଷ୍ଟେସନ ରେ ଛିଡା ହୋଇଥିବାବେଳେ ସିକନ୍ଦରାବାଦ୍-ଅଗରତାଲା ଏକ୍ସପ୍ରେସରେ ଧୂଆଁ ବାହାରୁଥିବା ଦେଖାଯାଇଥିଲା I ବି-୫ ବଗିରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ମାନେ ଭୟଭୀତ ହୋଇ ଓହ୍ଲାଇ ପଡ଼ିଛନ୍ତି। ତେବେ ଘଟଣାର ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଯାତ୍ରୀମାନେ ଟ୍ରେନ ରେ ଚଢ଼ିବାକୁ ଅମଙ୍ଗ ହେଉଥିବା ଦେଖାଯାଇଥିଲା I କେତେକ ଯାତ୍ରୀ ଯାତ୍ରୀମାନେ ବଗି ବଦଳାଇବା ପାଇଁ ଦାବି କରିଥିଲେ । ଯଦି ରାତି ଅଧରେ ଏପରି ଅଘଟଣ କରିଥିଲେ କ’ଣ କରିଥାନ୍ତେ ବୋଲି ଯାତ୍ରୀମାନେ ପ୍ରଶ୍ନ କରିଛନ୍ତି।ସର୍ଟ ସର୍କିଟ ଯୋଗୁଁ ଟ୍ରେନରୁ ଧୂଆଁ ବାହାରୁତିବା ନେଇ ସୂଚନା ଦେଇଛି ପୂର୍ବତଟ ରେଲେଓ୍ୱ ।
ସୂଚନାନୁସାରେ,ଜୁନ ୨ ତାରିଖ ବାହାନଗା ସିରିଜ ଟ୍ରେନ ଦୁର୍ଘଟଣା ଯାତ୍ରୀମାନଙ୍କ ମନକୁ ଦୋହଲାଇ ଦେଇଛି I ଏପର୍ଯ୍ୟନ୍ତ ଏହି ଘଟଣାରେ ସହସ୍ରାଧିକ ମୃତାହତ ହେଲେଣି I




