ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ,ଶ୍ରୀକ୍ଷେତ୍ର ଅଭିମୁଖେ ଗଲା ଅଣସର ଫଳ ଭାର

ପୁରୀ : ସ୍ନାନପୂର୍ଣ୍ଣିମାରେ ୧୦୮ ଗଡୁ ଜଳରେ ଦିବ୍ୟସ୍ନାନ ପରେ ଅସୁସ୍ଥ ହୋଇପଡିଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଅଣସର ଘରେ ଚାଲିଛି ଗୁପ୍ତ ସେବା । ଅଣସର ପିଣ୍ଡିରେ ଚାଲିଛି ଶ୍ରୀଜୀଉଙ୍କ ଜ୍ୱର ଉପଚାର। ଜ୍ୱରରେ ପୀଡିତ ଚତୃର୍ଦ୍ଧାବିଗ୍ରହଙ୍କୁ ସୁସ୍ଥ କରିବା ପାଈଁ ଦଇତା ପତି ସେବାୟତ କରୁଛନ୍ତି ଦଶ ମୂଳପଥି ସେବା । ଏ ସମୟରେ ଶ୍ରୀଜୀଉ ଙ୍କ ପାଖରେ ବିଭିନ୍ନ ପ୍ରକାର ଫଳ ମୂଳ ଭୋଗ ହେଉଛି । ଏଥିପାଇଁ ଜଗନ୍ନାଥଙ୍କ […]

ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ,ଶ୍ରୀକ୍ଷେତ୍ର ଅଭିମୁଖେ ଗଲା ଅଣସର ଫଳ ଭାର
Samaya Live Picture
Published On

ପୁରୀ : ସ୍ନାନପୂର୍ଣ୍ଣିମାରେ ୧୦୮ ଗଡୁ ଜଳରେ ଦିବ୍ୟସ୍ନାନ ପରେ ଅସୁସ୍ଥ ହୋଇପଡିଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଅଣସର ଘରେ ଚାଲିଛି ଗୁପ୍ତ ସେବା । ଅଣସର ପିଣ୍ଡିରେ ଚାଲିଛି ଶ୍ରୀଜୀଉଙ୍କ ଜ୍ୱର ଉପଚାର। ଜ୍ୱରରେ ପୀଡିତ ଚତୃର୍ଦ୍ଧାବିଗ୍ରହଙ୍କୁ ସୁସ୍ଥ କରିବା ପାଈଁ ଦଇତା ପତି ସେବାୟତ କରୁଛନ୍ତି ଦଶ ମୂଳପଥି ସେବା ।

ଏ ସମୟରେ ଶ୍ରୀଜୀଉ ଙ୍କ ପାଖରେ ବିଭିନ୍ନ ପ୍ରକାର ଫଳ ମୂଳ ଭୋଗ ହେଉଛି । ଏଥିପାଇଁ ଜଗନ୍ନାଥଙ୍କ ଏନ୍ତୁଡ଼ିଶାଳ କୁହାଯାଉଥିବା ଦେଉଳି ମଠରୁ ଶଗଡ଼ରେ ଶ୍ରୀଜୀଉଙ୍କ ପାଇଁ ଫଳ, ତୁଳସୀ ପଦ୍ମଫୁଲ ପଠାଯାଇଛି । ଦେଉଳିମଠରୁ ପାରମ୍ପରିକ ତିନୋଟି ଶଗଡ଼ ଗାଡ଼ିରେ ଅଣସର ସେବା ପାଈଁ ଶ୍ରୀକ୍ଷେତ୍ରକୁ ଫଳଭାର ପଠାଯାଇଛି । ଶଗଡ଼ ଓ ବଳଦକୁ ପାରମ୍ପରିକ ପଦ୍ଧତିରେ ପୂଜା କରି ଅଣସର ଭାରକୁ ଶ୍ରୀକ୍ଷେତ୍ର ପଠାଇଛନ୍ତି ପ୍ରାଚୀ ସଂସ୍କୃତି ସୁରକ୍ଷା ସମିତିର ସଦସ୍ୟ।ସ୍ଥାନୀୟ ଅଞ୍ଚଳ କାକଟପୁର, ଅସ୍ତରଙ୍ଗ, ନୟାହାଟ, କୋଣାର୍କ ଅଞ୍ଚଳର ଭକ୍ତ ମାନେ ନିଜ ବାଡ଼ିରେ ଥିବା ଆମ୍ବ, ପଣସ, ନଡ଼ିଆ, କଦଳୀ, ପିଜୁଳି, ଖଜୁରୀ ଭଳି ବିଭିନ୍ନ ପ୍ରକାର ଫଳ ତୁଳସୀ ଓ ପଦ୍ମଫୁଲକୁ ସୁସଜ୍ଜିତ ତିନୋଟି ଶଗଡ଼ ଗାଡ଼ିରେ ଦେଉଳି ମଠରୁ ପୁରୀକୁ ପଠାଇଛନ୍ତି ।

Tags: