ଅରାଜକ ତତ୍ତ୍ୱଙ୍କୁ ମିଳିବ କଠୋର ଦଣ୍ଡ – ଆଇନମନ୍ତ୍ରୀ
ଭୁବନେଶ୍ୱର : କଟକରେ ଧିରେ ଧିରେ ଶାନ୍ତି ଫେରୁଛି । ବିଶୃଙ୍ଖଳାକାରୀଙ୍କ ବିରୋଧରେ ପୋଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସ୍ଥିତି ଉପରେ ନଜର ରଖିଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି । ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ । ସେ କହିଛନ୍ତି କଟକର ସ୍ଥିତି ଧିରେ ଧିରେ ସୁଧୁରୁଛି । ଯେଉଁମାନେ ଏ କାଣ୍ଡ ଘଟାଇଛନ୍ତି କଠୋର ଦଣ୍ଡ […]
ଭୁବନେଶ୍ୱର : କଟକରେ ଧିରେ ଧିରେ ଶାନ୍ତି ଫେରୁଛି । ବିଶୃଙ୍ଖଳାକାରୀଙ୍କ ବିରୋଧରେ ପୋଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସ୍ଥିତି ଉପରେ ନଜର ରଖିଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି । ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ । ସେ କହିଛନ୍ତି କଟକର ସ୍ଥିତି ଧିରେ ଧିରେ ସୁଧୁରୁଛି । ଯେଉଁମାନେ ଏ କାଣ୍ଡ ଘଟାଇଛନ୍ତି କଠୋର ଦଣ୍ଡ ମିଳିବ । ଉଦବେଗଜନକ ସ୍ଥିତିରୁ ଧିରେ ଧିରେ ସାଧାରଣ ହେଉଛି କଟକର ପରିସ୍ଥିତି । ପୋଲିସ ଯଥାଯୋଗ୍ୟ ପଦକ୍ଷେପ ନେବା କଥା ନେଇଛନ୍ତି ବୋଲି ଆଇନମନ୍ତ୍ରୀ କହିଛନ୍ତି।
କଟକ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖିବାକୁ ଅନୁରୋଧ । କାରଣ ଉଦବେଗଜନକ ସ୍ଥିତିରୁ ଧିରେ ଧିରେ ସାଧାରଣ ହେଉଛି କଟକ ପରିସ୍ଥିତି । ପୋଲିସ ଯଥାଯୋଗ୍ୟ ପଦକ୍ଷେପ ନେବା କଥା ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି । ସରକାରଙ୍କ ତରଫରୁ ମଧ୍ୟ ଅନୁରୋଧ କରାଯାଉଛି, ଏଭଳି କିଛି ଘଟଣା ନଘଟୁ ଯାହା ଓଡିଶା କିମ୍ୱା କଟକର ସମ୍ମାନରେ ଆଞ୍ଚ ନ ଆସୁ ।
ସମସ୍ତେ ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତୁ । ଯେଉଁମାନେ ସମ୍ପୃକ୍ତ, ସେମାନଙ୍କ ବିରୋଧରେ ସରକାର ସଜାଗ ଅଛନ୍ତି । ଦୋଷୀଙ୍କ ବିରୋଧରେ କଠୋର ଶାସ୍ତି ବିଧାନ ହେବ । ସମସ୍ତେ ନିଜର ଭାବାବେଗ ଚେତନାକୁ ସକାରାତ୍ମକ ଭାବରେ ନେବେ ବୋଲି ଆଶା ବୋଲି ସେ କହିଛନ୍ତି ।
ସେହିପରି ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ସୂଚନା ଦେଇଛନ୍ତି ଯେ ଆଜି କଟକରେ ଶାନ୍ତି ଅଛି । କିଛି ମୁଷ୍ଟିମେୟ ଲୋକ ଅଶାନ୍ତ ସୃଷ୍ଟି କରିଥିଲେ । ଦୋଷୀମାନଙ୍କୁ ସିସିଟିଭି ଫୁଟେଜରେ ଚିହ୍ନଟ କରାଯାଇଛି ।




