କଡା ଟକ୍କର ଭିତରେ ଜିତିଲେ ଅନନ୍ତ ନାରାୟଣ

ଭୁବନେଶ୍ୱର : ଚଳିତ ବିଧାନସଭା ନିର୍ବାଚନରେ ବିଜେପି ସପକ୍ଷରେ ଯାଇଛି ଜନମତ । ବିଜେପିର ୮୦ ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେଡି ୪୯ ଟି ଆସନରେ ଆଗୁଆ ରହିଛି I ଅନ୍ୟପଟେ ଝାରସୁଗୁଡା ବିଧାନସଭା ଆସନ ସହିତ ବ୍ରଜରାଜନଗର ଲୋକ ସଭା ଆସନରୁ ଜିତିଛି ବିଜେପି I ସେହିପରି କଡା ଟକ୍କର ମଧ୍ୟରେ ଭୁବନେଶ୍ୱର କେନ୍ଦ୍ର ଆସନରୁ ଜିଛିଛନ୍ତି ଅନନ୍ତ ନାରାୟଣ ଜେନା I ସେ ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ବିଜେପି ବିଧାନ […]

Samaya Live Picture
Published On

ଭୁବନେଶ୍ୱର : ଚଳିତ ବିଧାନସଭା ନିର୍ବାଚନରେ ବିଜେପି ସପକ୍ଷରେ ଯାଇଛି ଜନମତ । ବିଜେପିର ୮୦ ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେଡି ୪୯ ଟି ଆସନରେ ଆଗୁଆ ରହିଛି I ଅନ୍ୟପଟେ ଝାରସୁଗୁଡା ବିଧାନସଭା ଆସନ ସହିତ ବ୍ରଜରାଜନଗର ଲୋକ ସଭା ଆସନରୁ ଜିତିଛି ବିଜେପି I ସେହିପରି କଡା ଟକ୍କର ମଧ୍ୟରେ ଭୁବନେଶ୍ୱର କେନ୍ଦ୍ର ଆସନରୁ ଜିଛିଛନ୍ତି ଅନନ୍ତ ନାରାୟଣ ଜେନା I ସେ ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ବିଜେପି ବିଧାନ ସଭା ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଠାରୁ ମାତ୍ର ୧୨୨ ଖଣ୍ଡ ଭୋଟରେ ବିଜୟୀ ହୋଇ ଥିବାବେଳେ ଯାଜପୁର ବରୀରେ ବିଶାଳ ବିଜୟ ହାସଲ କରିଛନ୍ତି ବିଶ୍ୱରଞ୍ଜନ ମଲ୍ଲିକ I ସେ ୫୨ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।

ଅନ୍ୟପଟେ ଆଳିରୁ ବିଜୟୀ ହେଲେ ପ୍ରତାପ କେଶରୀ ଦେବ। ୧୯ ହଜାର ୫୫୪ ଖଣ୍ଡ ଭୋଟରେ ପ୍ରତାପ ଦେବ ବିଜୟୀ ହୋଇଛନ୍ତି। ପ୍ରତାପ ଦେବ କଂଗ୍ରେସର ଦେବସ୍ମିତା ଶର୍ମାଙ୍କୁ ହରାଇ ପଞ୍ଚମ ଥର ପାଇଁ ଆଳିର ବିଧାୟକ ହୋଇଛନ୍ତି। ଚଳିତ ନିର୍ବାଚନରେ ପ୍ରତାପ ଦେବଙ୍କୁ ମିଳିଛି ୭୩ ହଜାର ୩୬୬ ଭୋଟ।

Tags: