ଦଲାଲ ମୁକ୍ତ ହେବ ଆନନ୍ଦ ବଜାର
ପୁରୀ : ଖୁବ ଶୀଘ୍ର ପୁରୀ ଆନନ୍ଦ ବଜାର ପାଇଁ ଆସିବ ଶୃଙ୍ଖଳା I ଦଲାଲଙ୍କ କବଳରୁ ମୁକ୍ତ ହେବ ଆନନ୍ଦ ବଜାର I ଅବାଧରେ ଅବଢ଼ା ପାଇବେ ଶ୍ରଦ୍ଧାଳୁ I ଅଧିକାଂଶ ସମୟରେ ଆନନ୍ଦ ବଜାର ଭିତରେ ଦଲାଲ ମାନଙ୍କ କବଳରେ ପଡି ଶ୍ରଦ୍ଧାଳୁ ଅବଢ଼ା ପାଇବାରେ ବଞ୍ଚିତ ହେବା ସହିତ ଚଢା ଦରରେ ଅପମିଶ୍ରଣ ଅବଢ଼ା ପାଇଥାନ୍ତି I ଏନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିଲା I ଫଳରେ ପ୍ରଶାସନ ନିକଟରେ ଏନେଇ ଅନେକ […]
ପୁରୀ : ଖୁବ ଶୀଘ୍ର ପୁରୀ ଆନନ୍ଦ ବଜାର ପାଇଁ ଆସିବ ଶୃଙ୍ଖଳା I ଦଲାଲଙ୍କ କବଳରୁ ମୁକ୍ତ ହେବ ଆନନ୍ଦ ବଜାର I ଅବାଧରେ ଅବଢ଼ା ପାଇବେ ଶ୍ରଦ୍ଧାଳୁ I ଅଧିକାଂଶ ସମୟରେ ଆନନ୍ଦ ବଜାର ଭିତରେ ଦଲାଲ ମାନଙ୍କ କବଳରେ ପଡି ଶ୍ରଦ୍ଧାଳୁ ଅବଢ଼ା ପାଇବାରେ ବଞ୍ଚିତ ହେବା ସହିତ ଚଢା ଦରରେ ଅପମିଶ୍ରଣ ଅବଢ଼ା ପାଇଥାନ୍ତି I ଏନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିଲା I ଫଳରେ ପ୍ରଶାସନ ନିକଟରେ ଏନେଇ ଅନେକ ଥର ଅଭିଯୋଗ ମଧ୍ୟ ହୋଇଥିଲା I ଏଣିକି ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I ଶ୍ରୀ ମନ୍ଦିର ମୁଖ୍ୟ ପ୍ରାଶକଙ୍କ ସହ ଆଲୋଚନା ପରେ ସୁଆର ଓ ମହାସୁଆର ନିଯୋଗ ସମ୍ପାଦକ ଓ ସଭାପତି ସୂଚନା ପ୍ରଦାନ କରିଛନ୍ତି I ଅବଢ଼ା ଦର ତାଲିକା ସହ ଆନନ୍ଦ ବଜାର ଭିତରେ ପୋଲିସ ସହାୟତା କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି I




