ମାଉଣ୍ଟ୍ ଏଲ୍ବ୍ରସରେ ତ୍ରିରଙ୍ଗା ଉଡ଼ାଇଲେ ଓଡ଼ିଆ ପୁଅ
ଭୁବନେଶ୍ୱର : ଦିନକ ପରେ ଅଗଷ୍ଟ ୧୫ I ତାପୂର୍ବରୁ ୟୁରୋପର ଓ ରୁଷର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ୍ ଏଲ୍ବ୍ରସ ଶୀର୍ଷରେ ପହଂଚି ତ୍ରିରଙ୍ଗା ଉଡାଇଛନ୍ତି ଓଡ଼ିଆ ପୁଅ ସୌଭାଗ୍ୟ କୁମାର ରଥ I ଓଡିଶା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ I ନୟାଗଡ଼ ଜିଲ୍ଲାର ବାସିନ୍ଦା ହେଉଛନ୍ତି ସୌଭାଗ୍ୟ I ରବିବାର ସକାଳ ପୂର୍ବାହ୍ନରେ ସେ ଏଲବ୍ରସ୍ ପର୍ବତରେ ପହଞ୍ଚିଥିଲେ। ଚାରି ରୁଷୀୟ ପର୍ବତାରୋହୀ, ଦୁଇ ଜଣ ଭାରତୀୟ ପର୍ବତାରୋହୀ ଏବଂ ତିନିଜଣ ପ୍ରଶିକ୍ଷକଙ୍କୁ […]
ଭୁବନେଶ୍ୱର : ଦିନକ ପରେ ଅଗଷ୍ଟ ୧୫ I ତାପୂର୍ବରୁ ୟୁରୋପର ଓ ରୁଷର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ୍ ଏଲ୍ବ୍ରସ ଶୀର୍ଷରେ ପହଂଚି ତ୍ରିରଙ୍ଗା ଉଡାଇଛନ୍ତି ଓଡ଼ିଆ ପୁଅ ସୌଭାଗ୍ୟ କୁମାର ରଥ I ଓଡିଶା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ I
ନୟାଗଡ଼ ଜିଲ୍ଲାର ବାସିନ୍ଦା ହେଉଛନ୍ତି ସୌଭାଗ୍ୟ I ରବିବାର ସକାଳ ପୂର୍ବାହ୍ନରେ ସେ ଏଲବ୍ରସ୍ ପର୍ବତରେ ପହଞ୍ଚିଥିଲେ। ଚାରି ରୁଷୀୟ ପର୍ବତାରୋହୀ, ଦୁଇ ଜଣ ଭାରତୀୟ ପର୍ବତାରୋହୀ ଏବଂ ତିନିଜଣ ପ୍ରଶିକ୍ଷକଙ୍କୁ ନେଇ ଏକ ଟିମ୍ ପ୍ରବଳ ତୁଷାରପାତ ଏବଂ ଥଣ୍ଡାରେ ମଧ୍ୟ ଏଲବ୍ରସ୍ ଶିଖରରେ ପହଞ୍ଚିଥିଲେ। ‘ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଯୋଗୁଁ, ଆଜି ଏତେ ବଡ ସଫଳତା ହାସଲ କରିପାରିଛନ୍ତି ବୋଲି କହିଛନ୍ତି ସୌଭାଗ୍ୟ I ଏଥିପାଇଁ ନିରନ୍ତର ସମର୍ଥନ ଦେଇଥିବା ନୟାଗଡ଼ ବିକାଶ ମଞ୍ଚ ଏବଂ ଆକାଶବାଣୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି I




