ପରିତ୍ୟକ୍ତ ବୋରୱେଲ ଭିତରୁ ବୃଦ୍ଧା ଉଦ୍ଧାର
ସୁବର୍ଣ୍ଣପୁର : ପରିତ୍ୟକ୍ତ ବୋରୱେଲ ଗାତରୁ ଉଦ୍ଧାର ହେଲେ ୮୦ ବର୍ଷୀୟ ବୃଦ୍ଧା I ଗତକାଲି ରାତିରୁ ୨୦ ଫୁଟ ଗତ ଭିତରକୁ ଖସିପଡିଥିବା ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ I ଆଉ ଏକ ସମାନ୍ତରାଳ ଗତ ଖୋଲି ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ଏବଂ ଏନଡିଆରଏଫ ଟିମ I ପ୍ରାୟ ୫ ଘଣ୍ଟାର ପରେସନ ପରେ ତାଙ୍କୁ ଉଦ୍ଧାର କରାଯାଇ ପାରିଛି I ତେବେ ଏପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ଅଛି ଜଣାପଡିନାହିଁ I […]
ସୁବର୍ଣ୍ଣପୁର : ପରିତ୍ୟକ୍ତ ବୋରୱେଲ ଗାତରୁ ଉଦ୍ଧାର ହେଲେ ୮୦ ବର୍ଷୀୟ ବୃଦ୍ଧା I ଗତକାଲି ରାତିରୁ ୨୦ ଫୁଟ ଗତ ଭିତରକୁ ଖସିପଡିଥିବା ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ I ଆଉ ଏକ ସମାନ୍ତରାଳ ଗତ ଖୋଲି ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ଏବଂ ଏନଡିଆରଏଫ ଟିମ I ପ୍ରାୟ ୫ ଘଣ୍ଟାର ପରେସନ ପରେ ତାଙ୍କୁ ଉଦ୍ଧାର କରାଯାଇ ପାରିଛି I ତେବେ ଏପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ଅଛି ଜଣାପଡିନାହିଁ I ଉଦ୍ଧାର ପରେ ବୃଦ୍ଧାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଛି I ବୃଦ୍ଧାଙ୍କ ନାଁ ଦୁଃଖୀ ଥନାପତି । ତାଙ୍କ ନିଜ ଗାଁ ହେଲା ଖଲିଆପାଲି ପଞ୍ଚାୟତର ଗୋବିନ୍ଦପୁର । ନିଜ ଝିଅ ଘରକୁ ଆସିଥିବା ବେଳେ ଏହି ଅଘଟଣ ଘଟିଥିଲା ।
ସୂଚନାନୁସାରେ, ସୁବର୍ଣ୍ଣପୁର ଜିଲା ଗୋବିନ୍ଦପୁର ଗାଁର ଦୁଃଖୀ ନାୟକ ,ଖଲିଆପାଲି ସ୍ଥିତ ନିଜ ଝିଅ ଘରକୁ ଆସିଥିଲେ । ଗତକାଲି ଅପରାହ୍ନରେ ଝାଡୁ ତିଆରି କରିବା ପାଇଁ ବେଣା କାଟିବାକୁ ଯାଇଥିବାବେଳେ ଅସାବଧାନତା ବଶତଃ ସେ ବିଲ ଭିତରେ ଥିବା ପରିତ୍ୟକ୍ତ ଖୋଲା ବୋରୱେଲ ଗାତରେ ଖସି ପଡ଼ିଥିଲେ । ଏନେଇ ଘର ଲୋକ ଖୋଜା ଖୋଜି କରିଥିଲେ ହେଁ ପାଇ ନଥିଲେ । ତେବେ ଆଜି ସକାଳୁ କିଛି ଲୋକ ସେହି ରାସ୍ତା ଦେଇ ଗଲାବେଳେ ସନ୍ଦେହରେ ଦେଖୁଥିବାବେଳେ ବୃଦ୍ଧା ଜଣକ ପଡ଼ିଥିବା ଜାଣିବାକୁ ପାଇଥିଲେ । ଏନେଇ ତରଭା ଓ ସୋନପୁର ଦମକଳ ବିଭାଗକୁ ଖବର ଦେଇଥିବାବେଳେ,ବୃଦ୍ଧାଙ୍କୁ ଉଦ୍ଧାର କରିବା ପାଇଁ ୪୨ ଜଣିଆ NDRF ଟିମ୍ ମୁଣ୍ଡଳିରୁ ଯାଇଥିଲେ । ଛତିଶଗଡ଼ରେ ଏହି ଟିମ୍ ‘ଅପରେସନ ରାହୁଲ’ରେ ସାମିଲ ଥିଲେ। ଏହାସହ ବୌଦ୍ଧର ଓଡ୍ରାଫ୍ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇଥିଲେ ।




