ରାସ୍ତାପାର ହେଉଥିଲାବେଳେ ବସ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

ଭଦ୍ରକ : ରାସ୍ତା ପାର ହେବା ବେଳେ ବୃଦ୍ଧାଙ୍କ ଉପରେ ଚଢିଗଲା ବସ୍‌। ଭଦ୍ରକ ଟାଉନ ଥାନା ଅଧିନ ବନ୍ତ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବୃଦ୍ଧା ଜଣକ ହେଉଛନ୍ତି କନକ ଦାସ । କନକଙ୍କ ଘର ଆଗରପଡା ଥାନା ଅଧିନ ଵିଶଲପଟାରେ।ବୃଦ୍ଧାଜଣକ ନିଜ ଘରୁ ବସ୍‌ ଯୋଗେ ବନ୍ତରେ ପହଞ୍ଚିଥିଲ। ଏହାପରେ ସେ ଚାଲି ଚାଲି ରାସ୍ତା ପାର୍‌ ହେଉଥିଲେ। ଏହି ସମୟରେ‘ସମ୍ପର୍କ’ ନାମକ ବସ୍‌ ତାଙ୍କ ଉପରେ […]

Samaya Live Picture
Published On

ଭଦ୍ରକ : ରାସ୍ତା ପାର ହେବା ବେଳେ ବୃଦ୍ଧାଙ୍କ ଉପରେ ଚଢିଗଲା ବସ୍‌। ଭଦ୍ରକ ଟାଉନ ଥାନା ଅଧିନ ବନ୍ତ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବୃଦ୍ଧା ଜଣକ ହେଉଛନ୍ତି କନକ ଦାସ । କନକଙ୍କ ଘର ଆଗରପଡା ଥାନା ଅଧିନ ଵିଶଲପଟାରେ।ବୃଦ୍ଧାଜଣକ ନିଜ ଘରୁ ବସ୍‌ ଯୋଗେ ବନ୍ତରେ ପହଞ୍ଚିଥିଲ। ଏହାପରେ ସେ ଚାଲି ଚାଲି ରାସ୍ତା ପାର୍‌ ହେଉଥିଲେ। ଏହି ସମୟରେ‘ସମ୍ପର୍କ’ ନାମକ ବସ୍‌ ତାଙ୍କ ଉପରେ ଚଢିଯାଇଥିଲା।

ମିଳିଥିବା ସୂଚନା ଅନୁସାରେ ବସଟି କେନ୍ଦୁଝରରୁ ଭଦ୍ରକ ଆସୁଥିଲା । ବନ୍ତ ଛକ ନିକଟ ରେ ବୃଦ୍ଧା ଜଣକ ରାସ୍ତା ପାର ହେଉଥିବା ବେଳେ ସଂପର୍କ ନାମକ ଏକ ଘରୋଇ ବସଟି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହାକୁ ନେଇ ବନ୍ତ ଛକରେ ଚାପା ଉତ୍ତେଜନା ଲାଗି ରହିଥିଲା। ଘଟଣାସ୍ଥଳରେ ଟାଉନ ଥାନା ପୁଲିସ୍‌ ପହଞ୍ଚି ବସକୁ ଜବତ କରିଛି । ଏଥିସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Tags: